ଅପରାଧଓଡିଶା

ହାଇଦ୍ରାବାଦ ଏନକାଉଣ୍ଟର ହିରୋ

(ମହାଭାରତ/ ମଧୁସ୍କିତା ତ୍ରିପାଠୀ): ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କୁ ଚେତନାପାଲ୍ଲୀ ପୋଲ ତଳେ ଏନକାଉଣ୍ଟର କରାଯାଇଛି । ଅଭିଯୁକ୍ତମାନଙ୍କୁ ଘଟଣାର ଅଧିକ ତଦନ୍ତ ଲାଗି ନିଆଯାଇଥିବାବେଳେ ସେମାନେ ପୁଲିସ ପୋଲିସ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଏହି ଏନକାଉଣ୍ଟର ଘଟିଛି। ତେବେ ଏନକାଉଣ୍ଟର ପରେ ହାଇଦ୍ରାବାଦ ପୁଲିସ ପୋଲିସ କମିଶନର ଭି.ସି. ସଜ୍ଜନାରଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ହାଇଦ୍ରାବାଦ ପୋଲିସ କମିଶନର ଭି. ସି. ସଜ୍ଜନାର ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା। ତାଙ୍କ କାର୍ୟ୍ୟକାଳ ସମୟରେ ଏଭଳି ଅନେକ ଏନକାଉଣ୍ଟର ହୋଇଛି, ଯାହା ପୁରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଭି.ସି. ସଜ୍ଜନାର ପୂର୍ବରୁ ଆନ୍ଧ୍ରପ୍ରଦେଶରେ ସକ୍ରିୟ ଥିବା ମାଓବାଦୀମାନଙ୍କ ବିରୋଧରେ ବି ଅନେକ ଏନକାଉଣ୍ଟର କରିଛନ୍ତି। । ସଜ୍ଜନାର ଦେଢ଼ ବର୍ଷ ତଳେ ହାଇଦ୍ରାବାଦ ପୁଲିସ କମିଶନର ଭାବେ ଦାୟିତ୍ଵ ସମ୍ଭାଳିଥିଲେ । ୨୦୦୮ରେ ୱାରଙ୍ଗଲରେ ଜଣେ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ଏହି ସମୟରେ ସେ ଗମ୍ଭୀର ରୂପେ ଆହତ ହୋଇଥିଲେ। ଏହି ମାମଲା ସେତେବେଳେ ରାଜ୍ୟ ବେଶ୍ ଚର୍ଚ୍ଚାରେ ଥିଲା। ପୁଲିସ ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ମାରି ଦେଇଥିଲା। ସେ କହିଥିଲେ ଯେ, ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଫଳରେ ପୋଲିସ ଗୁଳିରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ଏହି ଏନକାଉଣ୍ଟର ସଜ୍ଜନାରଙ୍କ ନେତୃତ୍ଵରେ ହୋଇଥିଲା।

Related posts

ବାଲୁକା କଳାରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା

mahabharatanews

ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

mahabharatanews

ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ

mahabharatanews