ଅପରାଧ

ତ୍ରିକୋଣୀୟ ପ୍ରେମରୁ ହତ୍ୟା

ପାରାଦ୍ୱୀପ: ମହଙ୍ଗା ତ୍ରୀକୋଣୀୟ ପ୍ରେମ । ସାଙ୍ଗ ସାଜିଲା ସୈତାନ । ଜଣେ ମହିଳାଙ୍କ ପାଇଁ ନିଜ ଜୀବନ ଦିଆ ସାଙ୍ଗକୁ ଅପହରଣ କରି ପଥରରେ ଛେଚି ହତ୍ୟା କରିଲା ସାଙ୍ଗ । ଏଭଳି ଘଟଣା ଘଟିଛି ପାରଦ୍ୱୀପ ଥାନା ନୂଆବଜାର କଲୋନୀରେ, ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯିଇଛି, ବନ୍ଦର ନଗରୀ ପାରାଦ୍ୱୀପ ଥାନା ନୂଆ ବଜାର କଲୋନୀରେ, ଯାହାକୁ ନେଇ ପାରାଦୀପରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ପାରାଦ୍ୱୀପ ନୂଆ ବଜାର କଲୋନୀର ଶରତ ଜେନା (୨୨) କାର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେ ଯାହାଙ୍କର ଗାଡି ଚଳାଉଥିଲେ ତାଙ୍କର ଏକାଧିକ ଗାଡି ରହିଛି । ତେଣୁ ସମସ୍ତ ଗାଡିର ଡ୍ରାଇଭରଙ୍କ ମଧ୍ୟରେ ଘନିଷ୍ଠତା ଥିଲା । ତେଣୁ ସେହି ନୂଆ ବଜାରରେ ରହୁଥିବା ଅନ୍ୟ ଜଣେ ଡ୍ରାଇଭର ମହମଦ ଇମାମୁଦିନ ନିଜ ଘର ପାଖରେ ରହିଥିବାରୁ ତାଙ୍କ ସହ ମଧ୍ୟ ଶରତଙ୍କର ବନ୍ଧୁତ୍ୱ ଥିଲା । କିନ୍ତୁ ସେହି କଲୋନୀରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଉଭୟ ଯାଆ ଆସ କରିଥାନ୍ତି । ଉଭୟ ଉକ୍ତ ମହିଳାଙ୍କୁ ପସନ୍ଦ କରୁଥିଲେ ଓ ପରେ ମହିଳାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଇମାମୁଦିନ କ୍ରୋଧିତ ହୋଇ ରଚିଥିଲା ଷଡଯନ୍ତ୍ର । ୧୮ ତାରିଖ, ଶନିବାର ରାତିରେ ଶରତଙ୍କୁ ମଦ ପିଇବାକୁ ଡାକି ତାଙ୍କୁ ଅପହରଣ କରିନେଇଥିଲା ଇମାମୁଦିନ । ୧୯ତାରିଖରେ ଶରତଙ୍କ ପରିବାର ପାରାଦୀପ ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲା ଓ ପ୍ରାୟ ୪ ଦିନ ପରେ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିଲେ । ପୁଲିସ ଏହି ଘଟଣାରେ ଶବ ଜବତ କରିବା ସହିତ ବ୍ୟବହୃତ ଗାଡି ଓ ମୋବାଇଲକୁ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

Related posts

ବ୍ୟବସାୟୀଙ୍କ ଘରୁ ଡକାୟତି, ପରିବାର ଲୋକଙ୍କୁ ମାଡ ମାରି ଲୁଟ

mahabharatanews

ଭିଜିଲାନ୍ସ ପଞ୍ଝାରେ କିରାଣୀ

mahabharatanews

ବେଙ୍ଗାଲୁରୁ ହଷ୍ଟେଲରେ ନିର୍ମମ ହତ୍ୟା

mahabharatanews

Leave a Comment