ଓଡିଶା

ନଦୀ, କେନାଲରେ ଅଗ୍ନିଶମ ବାହିନୀ ମୁତୟନ

(ଭୁବନେଶ୍ୱର) : ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି । ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲରେ ମୁତୟନ ହେବେ କର୍ମଚାରୀ । ୫ଟି ସ୍ଥାନରେ ଲାଇଫ ଗାର୍ଡ, ଜ୍ୟାକେଟ, ରବର ବୋଟ ଆଦି ରହିବ । କୁଆଖାଇ, ଦୟା ନଦୀ ଓ ପୁରୀ କେନାଲ ଆଦିରେ ମୁତୟନ ହେବେ ଅଗ୍ନିଶମ ବାହିନୀ ।

ସୂଚନାନୁଯାୟୀ , ପ୍ରତି ତୁଠରେ ୬ ଜଣ ରେସକ୍ୟୁ ଟିମ୍ ରଖିବାକୁ ବିଭାଗର ନିଷ୍ପତ୍ତି ହୋଇଛି । ନିଶାସକ୍ତ ଅବସ୍ଥାରେ ପାଣିକୁ ଯିବା ମନା ହୋଇଛି ଚୋରା ବାଲି ପ୍ରତି ସତର୍କ ନିର୍ଦ୍ଦେଶ ଜାରି ହୋଇଛି । ବିଶେଷକରି ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏହାସହିତ ଏମେର୍ଜେନ୍ସି ପାଇଁ ମଧ୍ୟ ଟିମ ପ୍ରସ୍ତୁତ ରହିଛି । ଲାଇଫ ବ୍ୟୟ, ଲାଇଫ ଜ୍ୟାକେଟ, ମେସିନ ରବର ବୋଟ, ରେସକ୍ୟୁ ଲାଇନ, ଅଣ୍ଡର ୱାଟର ବିଏ ସେଟ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି।

Related posts

କୁକୁଡ଼ା ଫାର୍ମ ପାଇଁ ଲୋକେ ହଟହଟା

mahabharatanews

୩୧ରେ କେରଳ ଛୁଇଁବ ମୌସୁମୀ

mahabharatanews

ବଡ଼ବଡୁଆ ଡାକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

mahabharatanews