ଓଡିଶା

ବିଧାୟିକା ଦୌଡ଼ରେ ଆଇନଜୀବୀ ମମତାଞ୍ଜଳୀ ବେହେରା। 

(ଗୌତମ ମୁଦୁଲି/ହିନ୍ଦୋଳ ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ପ୍ରମୁଖ ରାଜନୈତିକ ଦଳ। ତାରି ଭିତରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।ଶାସକ ବିଜେଡ଼ି ଦଳ ମଧ୍ୟରେ ଅନେକ ଆଶାୟୀ ପ୍ରାର୍ଥୀ ମୁଣ୍ଡ ଟେକିଲେଣି।ସେମାନଙ୍କ ମଧ୍ୟରୁ ଜଣେ ଚର୍ଚ୍ଚିତ ରାଜନୈତିକ ହେଉଛନ୍ତି ଆଇନଜୀବୀ ହେଉଛନ୍ତି ମମତାଞ୍ଜଳୀ ବେହେରା।ସେ ପେଶାରେ ଜଣେ ସୁଦକ୍ଷା ଆଇନଜୀବୀ ଭାବେ ମଧ୍ୟ ବେଶ୍ ପରିଚିତ।୧୯୯୭ ମସିହାରେ ମମତାଞ୍ଜଳୀ ବେହେରା ସମିତି ସଭ୍ୟା ଭାବେ ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ।ପରେ ୨୦୦୭ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ କାମାକ୍ଷାନଗରରୁ କଂଗ୍ରେସ୍ ଦଳରେ ଜିଲ୍ଲାପରିଷଦ ଭାବେ ନିର୍ବାଚନ ଜିତିଥିଲେଏବଂ ସେତେବେଳର ସମୟରେ ସେ ଓଡିଶାରେ ବେଷ୍ଟ୍ ଜିଲ୍ଲାପରିଷଦ ସଭ୍ୟା ଭାବେ ରାଜୀବଗାନ୍ଧୀ ସଦଭାବନା ଆୱାର୍ଡ ମଧ୍ୟ ପାଇଥିଲେ। କେବଳ ସେତିକି ନୁହଁ ୨୦୧୭ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ରାଜ୍ୟ ଅନୁସୂଚିତ ଜାତି ବିଭାଗର ଉପସଭାପତି ଏବଂ ତା ସହିତ ବିଭିନ୍ନ ଉଚ୍ଚ ପଦବୀରେ ମନୋନୀତ ବିଭିନ୍ନ ସାମାଜିକ ସୁରକ୍ଷା ଉପରେ କାର୍ଯ୍ୟକଳାପ ପାଇଁ ତାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସଂମ୍ମାନ ଜନକ ଆୱାର୍ଡ ମଧ୍ୟ ମିଳିଛି।

ଗତ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳରୁ ଜିଲ୍ଲା ପରିଷଦ ସଭ୍ୟା ଭାବେ ବିଜୟ ହାସଲ କରିବା ସହିତ ବର୍ତ୍ତମାନ ସେ ହିନ୍ଦୋଳ ବ୍ଲକ ୩ ନମ୍ବର ଜୋନର ଜିଲ୍ଲାପରିଷଦ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି। କେବଳ ସେତିକି ନୁହେଁ ତାଙ୍କ ବାପା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ମଧ୍ଯ ପୁର୍ବରୁ ଜନତା ଦଳର ଜଣେ ବରିଷ୍ଠ କର୍ମୀ ଭାବେ ବେଶ୍ ଜଣାଶୁଣା। ଆଇନଜୀବୀ ମମତାଞ୍ଜଳି ବେହେରା ବର୍ତ୍ତମାନ ବିଜୁ ଜନତା ଦଳର ଜିଲ୍ଲା ଉପ ସଭାନେତ୍ରୀ ସହିତ ଜଣେ ସୁଦକ୍ଷା ଆଇନଜୀବୀ ଭାବେ ବେଶ ଲୋକପ୍ରିୟତାହାସଲ କରିଛନ୍ତି।ତେବେ ବିଜେଡ଼ି ଦଳରେ ବର୍ତ୍ତମାନର ନେତୃତ୍ୱ ପ୍ରତି ବଢୁଥିବା ଅସନ୍ତୋଷ କାରଣରୁ ବିଜେଡ଼ି ପ୍ରାର୍ଥୀ ବଦଳାଇବ ବୋଲି ଚର୍ଚ୍ଚା ଜୋର୍ ଧରିଛି।ବିଭିନ୍ନ ପୁରୁଖା ନେତାଙ୍କ ସହ ମମତାଞ୍ଜଳୀଙ୍କର ସୁସମ୍ପର୍କ ଏବଂ ସାଂଗଠନିକ ଦକ୍ଷତା କାରଣରୁ ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ଦଳ ରଣାଙ୍ଗନ କୁ ଉତାରିବ ବୋଲି ଚର୍ଚ୍ଚା ହେଉଛି।ସବୁଥର ଭଳି ବିଜେଡ଼ି ଦଳ ମହିଳା ପ୍ରାର୍ଥୀ ଦେଇ ମହିଳା କାର୍ଡ଼ ଖେଳିବ ବୋଲି ଆକଳନ କରାଯାଉଛି।ଦଳରେ ବଢୁଥିବା ପୁରୁଷ ଆଶାୟୀଙ୍କୁ ଚେକ୍ ଦେବାକୁ ବିଜେଡ଼ି ଦଳ ଏଭଳି ଯୋଜନା କରୁଛି ବୋଲି ଆଲୋଚନା ହେଉଛି।ସାଧାରଣ ନିର୍ବାଚନ ଆଉ ବେଶୀ ଦୂର ନଥିବା ବେଳେ ଏହି କଳ୍ପନା ଜଳ୍ପନାର ରାଜନୀତି କେଉଁ ମୋଡ ନେବ ତାହା ସମୟତ କହିବ ନିଶ୍ଚୟ କିନ୍ତୁ ମମତାଞ୍ଜଳି ଙ୍କ ଲୋକପ୍ରିୟତା ବିଜେଡି ଦଳ ପାଇଁ ବିଜୟ ମକୂଟ ପିନ୍ଧାଇ ଚଳିତ ସାଧାରଣ ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟ ହାସଲ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି ।

Related posts

ଘରବାରି ପଟ୍ଟା କରାଇଦେବା ନାରେ ୬ହଜାର ଲାଞ୍ଚ ନେବା ପଡିଲା ମହାଙ୍ଗା

mahabharatanews

୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

mahabharatanews

ସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପି

mahabharatanews