ଓଡିଶାଭାରତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

(ଦିଲ୍ଲୀ) :  ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ସମ୍ମାନ ପାଇବାରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏହି ସମ୍ମାନ ସୁରିନାମ ରିପବ୍ଲିକର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାନ୍ତୋଖୀଙ୍କ ଠାରୁ ଗ୍ରହଣ କରିଛନ୍ତି । ସର୍ବିଆ ଏବଂ ସୁରିନାମ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍ 4 ରେ ସୁରିନାମ ପାରାମାରିବୋରେ ପହଞ୍ଚିଥିଲେ । ଜୋହାନ ଆଡଲଫ ପେଙ୍ଗେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାନ୍ତୋଖୀ ସ୍ୱାଗତ କରିଥିଲେ ।

ପୁରସ୍କାର ପାଇବା ପରେ ମୁର୍ମୁ କହିଛନ୍ତି ଯେ ଏହି ସମ୍ମାନ କେବଳ ତାଙ୍କ ପାଇଁ ନୁହେଁ ବରଂ ଭାରତର ଲୋକଙ୍କ ପାଇଁ ମଧ୍ୟ ମହତ୍ୱ ରହିଛି । ଏହି ସମ୍ମାନ ପାଇଥିବାରୁ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅଟେ । ଏହି ସ୍ୱୀକୃତି କେବଳ ମୋ ପାଇଁ ନୁହେଁ, ଭାରତର ୧.୪  ବିଲିୟନ ଲୋକଙ୍କ ପାଇଁ ମଧ୍ୟ ମହତ୍ୱପୂର୍ଣ ଅଟେ ।

Related posts

ମିଳୁନି ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ,ଶୋଷିତ ହେଉଛନ୍ତି ଆଦିବାସୀ

mahabharatanews

ଦିବ୍ୟାଙ୍ଗଙ୍କୁ ପେନସନ, ପକ୍କା ଘର ଓ ଚାଉଳ ସାତ ସପନ

mahabharatanews

ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ରେ ଯାଞ୍ଚ ହେବ ଚାଉଳ

mahabharatanews