ଓଡିଶା

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମହାମହିମ । ଭୁବନେଶ୍ୱରରେ ୧୦ଟା ୫୦ରେ ପହଂଚି ୧୧.୧୦ଟା ରୁ ଭୁବନେଶ୍ୱରରୁ ବାୟୁସେନାର ହେଲିକ୍ୟାପ୍ଟରରେ ପୁରୀ ଯିବେ । ପୁଣି ୩ଟା ୩୦ରେ ପୁରୀରୁ ବାହାରି ଭୁବନେଶ୍ୱରରେ ପହଂଚିବେ ରାଷ୍ଟ୍ରପତି । ଭୁବନେଶ୍ୱରରେ ପହଂଞ୍ଚିବା ପରେ ପ୍ରଥମେ ମ୍ୟୁଜିୟମ ଛକରେ ଥିବା ବକ୍ସିଜଗବନ୍ଧୁ ପ୍ରତିମୃତି ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ପରେ ଗୋପାବନ୍ଧୁ ଛକରେ ଗୋପବନ୍ଧୁ ଦାସ, ପାୱାର ହାଉସ ଛକରେ ରେ ଶ୍ରୀରାମଚନ୍ଦ୍ର ଭଞ୍ଜ, ନାଲକୋ ଛକରେ ଗଙ୍ଗାଧର ମେହେର , ନାଲକୋ ଛକରେ ଥିବା ସହିଦ ଲକ୍ଷ୍ମନ ନାଏକ , ସଲିଆସହି ହାତିଆଶୁଣି ରେ ଥିବା ବିର୍ଷାମୁଣ୍ଡା, ସିତନାଥ ବସ୍ତି ରାଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବେ । ଏହାପରେ 11 ତାରିଖରେ ଦିନ 10ଟାରୁ 11 ଟା ମଧ୍ୟରେ ଖଣ୍ଡଗିରି ରେ ଥିବା ତପବନ ସ୍କୁଲ ଓ ୟୁନିଟ 2 ଗାର୍ଲସ ହାଇସ୍କୁଲ ଯିବେ। ପରେ ଜୟଦେବ ଭବନ ଯାଇ ଏକ ସରକାରୀ କାର୍ଯ୍ୟକ୍ରମରେରେ ମଧ୍ୟ ଯୋଗଦେବେ |

ତେବେ ଏହା ପୂର୍ବରୁ ପୁରୀ ଗସ୍ତ ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଏସପି ଓ କମାଣ୍ଡାଂଟ ର୍ୟାଙ୍କର ୫ ଜଣ ଅଧିକାରୀ, ଅତିରିକ୍ତ ଏସପି ରାଙ୍କର ୭ ଜଣ , ଡିଏସପି ରାଙ୍କର ୧୮ ଜଣ ନିୟୋଜିତ ରହିବେ । ଏହା ସହ ଇନନପେକ୍ଟର ଓ ଏସଆଇ ରାଙ୍କର ୧୧୦ ଜଣଙ୍କ ସହ ୨୪ ପ୍ଲାଟୁନ ପୋଲିସ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ।

Related posts

ବନ୍ଦ ହେଲା ଆଉ ୪ଟି ଗେଟ, ୧୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ 

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଜଟଣୀ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews