ଓଡିଶା

ଓଡ଼ିଶାରେ ରାଷ୍ଟପତି 

(ଭୁବନେଶ୍ୱର) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼, ସମ୍ବଲପୁର ଓ ବୁର୍ଲାରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ସୂଚନାନୁଯାୟୀ , ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ମହାମହିମ ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ ତାରିଖ (ସୋମବାର) ବାରିପଦାଠାରେ ପୂର୍ବାହ୍ନ ୧୧ଟା ୨୫ରୁ ଅପରାହ୍‌ଣ ୧୨ଟା ୨୫ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ ନଭେମ୍ବର ୨୧ତାରିଖ (ମଙ୍ଗଳବାର) ରାଷ୍ଟ୍ରପତିଙ୍କୁ ମୟୂରଭଞ୍ଜର ପାହାଡପୁର ଗ୍ରାମବାସୀ ପୂର୍ବାହ୍‌ଣ ୮ଟା ୧୫ରୁ ୯ଟା ୧୫ ମଧ୍ୟରେ ସ୍ବାଗତ କରିବେ। ସେଠାରେ ରାଷ୍ଟ୍ରପତି ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ପରେ ସେ ପ୍ରୟାସ ଟ୍ରଷ୍ଟ ଦ୍ବାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବେ। ସକାଳ ୮ଟା ୫୦ରୁ ୯ଟା ୧୫ ମଧ୍ୟରେ ଏସ୍‌ଏଲଏସ୍‌ ମେମୋରିଆଲ ଆବାସିକ ସ୍କୁଲ ପରିସରରେ ସମାଧୀ ସ୍ଥଳକୁ ଯିବେ। ।

Related posts

କୋଭିଡ-୧୯ ଗାଇଡଲାଇନର ଉଲଙ୍ଘନ: ଜରିମାନା ଗଣିଲେ ଦୋକାନୀ

mahabharatanews

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

mahabharatanews

ଜାନୁଆରୀ ୧୮ରୁ ଫେବ୍ରୃଆରୀ ୧୭ ପର୍ଯ୍ୟନ୍ତ ପାଳିତ ହେବ ସଡକ ସୁରକ୍ଷା ମାସ

mahabharatanews