(ଭୁବନେଶ୍ୱର) : ଶିମିଳିପାଳ ଭ୍ରମଣରେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ରାତି ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବାସଭବନରେ ଅବସ୍ଥାନ କରିଥିବା ବେଳେ ଆଜି ସକାଳେ ଶିମିଳିପାଳ ବାହାରିଛନ୍ତି ।
ସେ ଗତକାଲି ରାଇରଙ୍ଗପୁରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ସୂଚନାନୁଯାୟୀ , ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାଳିଆମି ଗେଟ୍ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିଲେ। ସେଠାରେ ସେ ୨ ଘଣ୍ଟା ମଧ୍ୟରେ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଏବଂ ଚହଲା ପ୍ରକୃତି ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।