ଓଡିଶା

ଉର୍ଦ୍ଧୁ ଏକାଡେମୀର ମନମୁଖୀ କାର୍ୟ୍ୟସୂଚୀକୁ ନେଇ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ/ ସେକ ଫଇଜାନ କାଦରୀ : ବିଧାୟକ ଓ ସାଂସଦ ଙ୍କୁ ସାମାଜିକ ଗଣମାଧ୍ୟମ ରେ ଅପପ୍ରଚାର କରି ଭିତ୍ତିହୀନ ବିଷୟ କୁ ନେଇ ଦୋଷଦେବା କାରଣରୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କଲେ ଭଦ୍ରକ ବିଜେଡି ଟାଉନ୍ ସଭାପତି ତାହେର ମହମ୍ମଦ। ଆସନ୍ତା ୧୧ ତାରିଖରେ ଉର୍ଦ୍ଧୁ ଏକାଡେମୀ ତରଫରୁ ହେବାକୁ ଥିବା ସୁଫି କୱାଲି କାର୍ୟ୍ୟକ୍ରମରେ କାହାକୁ ନିମନ୍ତ୍ରଣ କରିବେ ଓ କାହାକୁ ନିମନ୍ତ୍ରଣ କରିବେ ନାହିଁ ତାହା ଉର୍ଦ୍ଦୁ ଏକାଡେମୀର ବ୍ୟକ୍ତିଗତ ନିଷ୍ପତି । କିନ୍ତୁ ନିମନ୍ତ୍ରଣ ପତ୍ରରେ ଅତିଥି ସ୍ଥାନିତକୁ ଆଧାର କରି କିଛି ଲୋକ ସୋସିଆଲ ମିଡିଆରେ ବିଧାୟକ ଓ ସାଂସଦଙ୍କୁ ମିଛରେ ଦାୟୀ କରିବା ସମ୍ପୂର୍ଣ ନିନ୍ଦନୀୟ । ଉକ୍ତ ଘଟଣାରେ ଉର୍ଦ୍ଦୁ ଏକାଡେମୀର କାର୍ୟ୍ୟକର୍ତ୍ତା ଉକ୍ତ ଘଟଣାର ସମ୍ପୂର୍ଣ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବି କରିଛନ୍ତି ବିଧାୟକ ସମର୍ଥକ ଓ ରାଜ୍ୟ ଏସସି, ଏସଟି ମିନୋରିଟିର ପରାମର୍ଶଦାତା ତାହେରା ଖାତୁନ । ତାହେରା ଖାତୁନ କହିଛନ୍ତି ବିନା ଦୋଷରେ ସାମାଜିକ ଗଣମାଧ୍ୟମ ରେ ବିଧାୟକ ଙ୍କୁ ଦୋଷ ଦେବା ଗୋଟେ ନିତିଦିନିଆ ଘଟଣା ।

ଭଦ୍ରକର ପୌରାଧକ୍ଷା ଗୁଳ୍ମକ୍କୀ ହବିବ ଓ ତାଙ୍କ ସମର୍ଥକଙ୍କ ସାମାଜିକ ଗଣମାଧ୍ୟମ ହେଉ ବା ଗଣମାଧ୍ୟମ ଜରିଆରେ ଯେଉଁ ବିବାଦୀୟ ଟିପ୍ପଣୀ ରଖୁଛନ୍ତି, ଯେମିତିକି ମୁସଲିମ ମହିଳା ପୌରାଧ୍ୟକ୍ଷା ହୋଇଥିବା ହେତୁ ତାଙ୍କୁ ଅଣଦେଖା କରାଯାଉଛି । ଏହା ନିନ୍ଦନୀୟ । କାରଣ ମୁଁ ମଧ୍ୟ ମୁସଲିମ ମହିଳା । ମୋତେ ମଧ୍ୟ ରାଜ୍ୟର ବଡ ପଦବୀରେ ବସାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତାହେରା ଖାତୁନ । ଅନ୍ୟପଟେ ଆହୁରି ମଧ୍ୟ କହିଥିଲେ ଗତ ସେପ୍ଟେମ୍ବର ୨୦ ତାରିଖରେ ଉର୍ଧୁ ଏକାଡେମୀ ପକ୍ଷରୁ ହୋଇଥିବା ସେମିନାରରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ଗୁଳ୍ମକ୍କୀ ହବିବଙ୍କୁ ଡକାଯାଇଥିଲା ସେଠି କିନ୍ତୁ ବିଧାୟକ ଓ ସାଂସଦ ଙ୍କୁ ଡକାଯାଇନଥିଲା କି ବିଧାୟକ ସାଂସଦ ମାନେ ମଧ୍ୟ କ୍ଷୋଭ ପ୍ରକାଶ କରିନଥିଲେ । ଯାହା ତାଙ୍କର ମହାନତା ଥିଲା କିନ୍ତୁ ପୌରାଧକ୍ଷା ଙ୍କ ସସ୍ଥା ରାଜନୀତି ଏବଂ ବାରମ୍ବାର ତାଙ୍କ ସମର୍ଥକ ମାନଙ୍କର ସାମାଜିକ ଗଣମଧ୍ୟମରେ କଟୁ ମନ୍ତବ୍ୟକୁ ଆମେ ଘୋର ନିନ୍ଦା କରିବା ସହ ଉର୍ଧୁ ଏକାଡେମୀ ତରଫରୁ ହୋଇଥିବା ତ୍ରୁଟି ବିରୋଧରେ ଅନେକ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଅବଗତ କରାଇବୁ ବୋଲି କହିଛନ୍ତି ତାହେରା ଖାତୁନ ଓ ବିଜେଡି ଶମର୍ଥକ ମାନେ ।

Related posts

ଅରିନ୍ଦମଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

୧୪ରୁ ୧୬ ଭୀଷଣ ବର୍ଷିବ

mahabharatanews

ମେ ୩୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ ନାମଲେଖା

mahabharatanews