(ଭୁବନେଶ୍ୱର) : ବିଜେଡି ନିର୍ବାଚନ ଇସ୍ତାହାରକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଓଡ଼ିଆ ଭାଷା କୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି | ଓଡ଼ିଆ ଭାଷା କୁ ୨୦୧୪ମସିହା ରେ କ୍ଲାସକାଲ ମାନ୍ୟତା ମିଳିଲା । କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ଓଡ଼ିଆ ଜାତି, ଓଡ଼ିଆ କୁ ପ୍ରବୋଞ୍ଚନା ଦେଲେ | ଓଡ଼ିଆ ଭାଷା କୁ କେନ୍ଦ୍ର ସରକାର ଅଣ ଦେଖା କଲେ | ବିଜେପି ସାଂସଦ ଅଣ ଦେଖା କଲେ | ଭୁବେନେଶ୍ୱର ଠାରେ ବିଶ୍ୱ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି | ଓଡ଼ିଆ ଭାଷା କୁ ପ୍ରଚାର ପ୍ରସାର କରିବା ପାଇଁ ବାତାବରଣ ସୃଷ୍ଟି କରାଯାଉଛି | ଓଡ଼ିଆ ର ଅସ୍ମିତା ପ୍ରତିଫଳନ ହେଉଛି | ଧର୍ମେନ୍ଦ୍ର ବାବୁ 10 ବର୍ଷ ଶିକ୍ଷା ମନ୍ତ୍ରୀ ଥାଇ ବି ଓଡ଼ିଶାରେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କରିପାରିଲେନି | ଉତ୍କଳ ବିଶ୍ୱ ବିଦ୍ୟାଳୟ କୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଠକିଲେ | ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବିଷୟ ଆସିଲେ ରାଜ୍ୟସଭା ରେ ଚୁପ ରହିଲେ | ସଂସଦ ଓ ସଂସଦ ବାହାରେ କେବେ କେଉଁଠି ଯାଇ କହିନାହାନ୍ତି | ଭାରତ ର ଅଗ୍ରଣୀ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଥିବା ବେଳେ | ସମ୍ବଲପୁର ରେ ପ୍ରଚାର ପାଇଁ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ଙ୍କୁ ନେଇ ଗଙ୍ଗା ଧର ବିଶ୍ୱ ବିଦ୍ୟାଳୟ ରେ ଆସାମ ର କବି ଙ୍କ ନା ରେ ଚେୟାର ବସେଇବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି | ଧର୍ମେନ୍ଦ୍ର ବାବୁ ଆସାମ ର କେତେ ଶିକ୍ଷାନୁଷ୍ଠାନ ରେ ଓଡ଼ିଶାର କବି ଙ୍କ ନା ରେ କେତେ କଣ କରିଛନ୍ତି | ଓଡ଼ିଆ ଅସ୍ମିତା ନା ରେ ଭୋଟ ମାଗୁଥିବା ଧର୍ମେନ୍ଦ୍ର ବାବୁ ଙ୍କ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ କାହିଁକି | ସମ୍ବଲପୁରି ଭାଷାକୁ ସ୍ୱୀକୃତି ଦେବାରେ ପଛ ଘୁଞ୍ଚା କାହିଁକି | ଧର୍ମେନ୍ଦ୍ର ବାବୁଙ୍କୁ ଓଡ଼ିଆ ଙ୍କ ପାଇଁ ଓଡ଼ିଶା ବାସୀଙ୍କୁ ଏବଂ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ଜବାବ ଦେବାକୁ ପଡିବ | ଆସାମ ପାଇଁ ଏତେ ଦରଦ କାହିଁକି |