ଓଡିଶା

ଜାତୀୟ ମାନବାଧିକାର ସଂଗଠନ ଜିଲା ଶାଖା ପକ୍ଷରୁ ସମ୍ମିଳନୀ

ଜଗତସିଂହପୁର ଜିଲା ରଘୁନାଥପୁର ଓଡପଡା ପ୍ରମିଳା ମଣ୍ଡପରେ ନ୍ୟାସନାଲ ହ୍ୟୁମାନ ରାଇଟସ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଭଗବାନ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ଚେୟାରମ୍ୟାନ ଡକ୍ଟର ସ୍ବର୍ଣ୍ଣମୟୀ ରାଉତ ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ରାଜ୍ୟ ସଭାପତି ବାସୁଦେବ ସେଠୀ, ଜିଲା ସଭାପତି ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ, ବରିଷ୍ଠ ରାଜନେତା ତଥା ଆଇନଜୀବୀ ଅନ୍ତର୍ଯ୍ୟାମୀ ବଜ୍ର ଯୋଗଦେଇ ଲୋକମାନଙ୍କର ମୌଳିକ ଅଧିକାର କିଭଳି କ୍ଷୁଣ୍ଣ ନ ହେବା ପାଇଁ ସଂଗଠନ ତତ୍ପର ରହିବା ସହିତ ଜଗସିଂହପୁର ଜିଲ୍ଲାରେ ମାନବାଧିକାର ସଂଗଠନ ପକ୍ଷରୁ କାର୍ଯ୍ୟଧାରା ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗଦେଇଥିଲେ । ମୁଖ୍ୟଅତିଥି ସମସ୍ତ କାର୍ଯ୍ୟକର୍ତାଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବଦ୍ଧିତ କରିଥିଲେ ।

Related posts

ବଢୁଛି ଶୀତ

mahabharatanews

ଓଡ଼ିଶାରେ ଖୋଲିବ ୨ଶହ ଗୋଶାଳା

mahabharatanews

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ : ଶ୍ରୀମନ୍ଦିରରେ ଗୁଜ ଅନୁକୁଳ ନୀତି

mahabharatanews