ଓଡିଶା

ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

(ଭୁବନେଶ୍ୱର) : ଉତ୍କଳ ଦିବସ ଅବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ଓଡ଼ିଶା ତାର ବିପୁଳ ପ୍ରାକୃତିକ ସମ୍ପଦ ଏବଂ ସମୃଦ୍ଧ ସାଂସ୍କୃତି ଐତିହ୍ୟ ପାଇଁ ସୁପରିଚିତ ।

ସେ ଆହୁରି ଲେଖିଛନ୍ତି, ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାର ସାମର୍ଥ୍ୟ ଓଡ଼ିଶା ଜନ ସାଧାରଣଙ୍କ ପାଖରେ ରହିଛି । ଦେଶର ବିକାଶରେ ଓଡ଼ିଶାବାସୀଙ୍କ ଅବଦାନ ରହିଛି । ସେ ଆହୁରି ଲେଖିଛନ୍ତି, ଶତାବ୍ଦୀ ଶତାବ୍ଦୀ ଧରି ଆଧୁନିକ ଭାରତର ନିର୍ମାତାମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଓଡ଼ିଶା ।

Related posts

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା

mahabharatanews

ଚିଲିକା କୂଳରେ ବିରଳ ପ୍ରଜାତିର ଡଲ୍‌ଫିନ୍‌ ମୃତଦେହ ଉଦ୍ଧାର

mahabharatanews

୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି

mahabharatanews