ଭାରତସ୍ୱାସ୍ଥ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

ବ୍ୟୁରୋ : ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଏହି କ୍ରମରେ ପ୍ରଥମେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାଜୁ ଶ୍ରୀବାସ୍ତଙ୍କ ପତ୍ନୀ ଶିଖା ସହ ଫୋନରେ କଥା ହେବା ବେଳେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ବୁଧବାର ଦିନ ରାଜୁ ଶ୍ରୀବାସ୍ତବ ଜିମ୍ ରେ ୱାକଆଉଟ କରୁଥିବା ବେଳେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସା ପୂର୍ବରୁ ଦୀର୍ଘ ୪୮ ଘଂଟା ଧରି ସେ ଅଚେତ ହୋଇ ରହିଥିଲେ । ସେପଟେ ୨ ଦିନ ଧରି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉ ନଥିବା ବେଳେ ଆଜି ତାଙ୍କ ଶରୀର ଚଳ ପ୍ରଚଳ ଅବସ୍ଥାକୁ ଆସିଛି । ଗଜୋଘର ନାମରେ ପରିଚିତ ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ଜଣେ ବିଜେପି ନେତା । ସେ ଏବେ ଉତ୍ତର ପ୍ରଦେଶ ସିନେ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି । ରାଜୁଙ୍କର ଏଭଳି ସ୍ଥିତିରେ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିନେ ପରିଷଦର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Related posts

ପିକେଟିଂ କରି ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

mahabharatanews

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି

mahabharatanews

ଟନେଲ ମାମଲା: ତିନି ଶ୍ରମିକ ଅସୁସ୍ଥ

mahabharatanews