ଭାରତ

ଅଯୋଧ୍ୟାରେ ଦୀପୋତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଲୋକର ଉତ୍ସବ ଦୀପାବଳି । ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଦୀପାବଳିର ଆୟୋଜନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ତେବେ ଅଯୋଧ୍ୟାରେ ଗତଥର ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତ ଥର ୪୦ଟି ଘାଟରେ ୧୭ ଲକ୍ଷ ଦୀପ ଜଳାଯିବାର ପ୍ରସ୍ତୁତି ଚାଲିଛି ।

ସୂଚନାମୁତାବକ, ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଅଯୋଦ୍ଧା ଗସ୍ତ କରିବେ । ପୂର୍ବରୁ ୫ ଅଗଷ୍ଟ ୨୦୨୦ ମସିହାରେ ମୋଦି ଅଯୋଧ୍ୟା ଗସ୍ତ କରିଥିଲେ । ସେହି ସମୟରେ ଅଯୋଧ୍ୟା ମନ୍ଦିରର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟାର ସମୟ ବିତାଇବେ ପ୍ରଧାନମନ୍ତ୍ରୀ । ସେଠାରେ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଶେକ କରିବା ସହ ଦୀପୋତ୍ସବର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଦୀପାବଳି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯିବାର ସୂଚନା ରହିଛି ।

Related posts

ଇନ୍ଦୋରରେ  ପ୍ରଧାନମନ୍ତ୍ରୀ 

mahabharatanews

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

mahabharatanews

ଜାହାଙ୍ଗୀରପୁରୀ ହିଂସା କାଣ୍ଡ : ୨ ଅଭିଯୁକ୍ତ ଗିରଫ

mahabharatanews