ଭାରତ

ଆଜି ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

(ଉତ୍ତରପ୍ରଦେଶ) : ଆଜି ଉତ୍ତରାଖଣ୍ଡ  ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗାଁର ସ୍ଥାନୀୟ ଲୋକଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହା ସହିତ ସେ ITBP ଏବଂ BRO ସୈନିକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ପରେ ମୋଦି ଜାଗେଶ୍ୱର ଧାମ ଯାଇ ସେଠାରେ ପୂଜାର୍ଚ୍ଚନା କରିବେ ।

ସୂଚନାନୁଯାୟୀ ,  ଆଜି ଦିନ ପ୍ରାୟ ୨ .୩୮ ସମୟରେ ପିଏମ ମୋଦି ପିଥୋରାଗଡର କ୍ରୀଡା ଷ୍ଟାଡିୟମ ଗସ୍ତରେ ଯିବେ । ଯେଉଁଠାରେ ସେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ପିଏମ ମୋଦି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏଠାରେ ଅନେକ ଯୋଜନା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

Related posts

ଟ୍ରେନ୍ ଦୁର୍ଘଟଣା : ୫୦ରୁ ଅଧିକ ଯାତ୍ରୀ ଆହତ 

mahabharatanews

ଆତଙ୍କବାଦୀ ଆକ୍ରମଣରେ ଜଣେ ମେଜର୍‌ ଓ ଦୁଇ ଜଣ ଯବାନ ସହିଦ

mahabharatanews

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews