ଭାରତ

ଆଜି ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

(ଉତ୍ତରପ୍ରଦେଶ) : ଆଜି ଉତ୍ତରାଖଣ୍ଡ  ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗାଁର ସ୍ଥାନୀୟ ଲୋକଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହା ସହିତ ସେ ITBP ଏବଂ BRO ସୈନିକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ପରେ ମୋଦି ଜାଗେଶ୍ୱର ଧାମ ଯାଇ ସେଠାରେ ପୂଜାର୍ଚ୍ଚନା କରିବେ ।

ସୂଚନାନୁଯାୟୀ ,  ଆଜି ଦିନ ପ୍ରାୟ ୨ .୩୮ ସମୟରେ ପିଏମ ମୋଦି ପିଥୋରାଗଡର କ୍ରୀଡା ଷ୍ଟାଡିୟମ ଗସ୍ତରେ ଯିବେ । ଯେଉଁଠାରେ ସେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ପିଏମ ମୋଦି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏଠାରେ ଅନେକ ଯୋଜନା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

Related posts

ବିରତି ନେବ ରାହୁଲଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା

mahabharatanews

ପୋଲ ଭୁଶୁଡିବା ଘଟଣା; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

mahabharatanews

ଉତ୍ତରପ୍ରଦେଶରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି  

mahabharatanews