ଭାରତ

ସମୁଦ୍ରଯାନ ଲଞ୍ଚ କରିବ ଇସ୍ରୋ 

(ଦିଲ୍ଲୀ) : ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ-L1ର ସଫଳ ଲଞ୍ଚ୍ ପରେ ଖୁବ୍ ଶୀଘ୍ର ଇସ୍ରୋ ‘ଗଗନଯାନ ମିଶନ୍’ଆରମ୍ଭ କରିବାକୁ ଯାଉଛି । ଏହାସହ ଭାରତର ବୈଜ୍ଞାନିକମାନେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୁ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବା ନେଇ ସୂଚନା ରହିଛି । ସମୁଦ୍ର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ । ଏହି ମିଶନର ନାଁ ମତ୍ସ୍ୟ ୬୦୦୦  (Samudrayaa ocean mission matsya 6000 ) ରଖାଯାଇଛି । ଭାରତ ସରକାରଙ୍କ ବ୍ଲୁ ଇକୋନୋମିକ୍ ବିକାଶ ପାଇଁ ଏହା କରାଯାଉଛି। ଏଥିସହ ଏହା ସାମୁଦ୍ରିକ ଇକୋସିଷ୍ଟମରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ଦାବି କରାଯାଉଛି । ଏହି ଜାହାଜ ମାଧ୍ୟମରେ ୩ ଜଣ ବ୍ୟକ୍ତି ସମୁଦ୍ର ତଳେ ୬୦୦୦ ମିଟର ଗଭୀରତାକୁ ଯିବେ । ଦୀର୍ଘ ୨ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାର ପ୍ରଥମ ସମୁଦ୍ର ଟ୍ରାଏଲ୍ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ । ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ୍ କରାଯିବା ନେଇ ସୂଚନା ରହିଛି ।

Related posts

ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା

mahabharatanews

ଅମୃତସର ପରିବର୍ତ୍ତେ ପାକିସ୍ତାନ ପହଞ୍ଚିଲା ବିମାନ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୩୬୨ ଆକ୍ରାନ୍ତ ଚିହ୍ନଟ ଓ ୬୬ ଜଣ ମୃତ

mahabharatanews