ମନୋରଞ୍ଜନ

ପ୍ରେକ୍ଷାଳୟରେ ମନ ମୋହୁଛି ‘ଦ କେରଳ ଷ୍ଟୋରି’

(କେରଳ) : ନିକଟରେ ଫିଲ୍ମ ‘ଦ କେରଳ ଷ୍ଟୋରି’ର ରିଲିଜ ହୋଇଯାଇଛି  । ତେବେ ଫିଲ୍ମଟି ଆସିବା ପୂର୍ବରୁ ଅନେକ ବିବାଦ  ସୃଷ୍ଟି ହୋଇଥିଲା  । କିନ୍ତୁ ଏବେ ଦର୍ଶକଙ୍କ ମନ ମୋହୁଛି  ‘ଦ କେରଳ ଷ୍ଟୋରି । ଏହି ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ ଏହା ରିଲିଜ ହୋଇଥିବା ବେଳେ ପଜିଟିଭ ପ୍ରତିକ୍ରିୟା ମିଳିଛି ।

 ସୂଚନାନୁଯାୟୀ ,ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ସୂଚନା ମିଳିଛି । କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି। ଏକ ଟିଭି ସାକ୍ଷାତ୍‌କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି  ଯାହାକି ସାରା ଦେଶରେ ଚହଳ ପକାଇ ଦେଇଥିଲା । ତେବେ  ‘୩୨ହଜାର’ ସଂଖ୍ୟା ପଛର ସତ୍ୟତା କେତେ, ସେ ସଂପର୍କରେ ଜଣାପଡ଼ିନାହିଁ ।

 

 

 

 

 

 

Related posts

ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଲେ ସନା ମକବୁଲ ଖାନ୍

mahabharatanews

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

mahabharatanews

‘ଦି କେରଳ ଷ୍ଟୋରୀ’ ପରେ ଆସୁଛି ‘ବସ୍ତର’

mahabharatanews