ମନୋରଞ୍ଜନ

 ଆଉ ଏକ ବିଳାସପୂର୍ଣ୍ଣ କାର କିଣିଲେ ରଣବୀର 

(ମୁମ୍ବାଇ) : ବର୍ତ୍ତମାନ ରଣବୀର ତାଙ୍କ ନୂଆ କାର ପାଇଁ ହେଡଲାଇନରେ ଅଛନ୍ତି। ବର୍ତ୍ତମାନ ଅଭିନେତାଙ୍କ ନୂଆ କାରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଭିନେତାଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘର ନିକଟରେ ଏକ ନୂଆ କାର ଚଳାଉଥିବାର ନଜର ଆସିଥିଲା ।

ସୂଚନାନୁଯାୟୀ ,  ଏହି ଗାଡିର ମୂଲ୍ୟ ୮କୋଟି ଟଙ୍କା ବୋଲି କୁହାଯାଉଛି। ଅଭିନେତା କାର୍ କଲେକ୍ସନରେ ବର୍ତ୍ତମାନ Bentley Continental ଗାଡି଼ ସାମିଲ ହୋଇଛି । ଏହି ଭିଡିଓରେ ରଣବୀର କପୁରଙ୍କ ସହ କୌଣସି ପରିବାର ସଦସ୍ୟଙ୍କୁ ଦେଖିବା ପାଇଁ ମିଳୁନାହାଁନ୍ତି । ପାପାରାଜି ଅଭିନେତାଙ୍କ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଅଭିନେତାଙ୍କୁ ତାଙ୍କର ନୂତନ କାର ପାଇଁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି । ଗାଡ଼ି ବ୍ୟତିତ ରଣବୀର କପୁରଙ୍କ ଗ୍ୟାରେଜରେ ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି ।

Related posts

ବିବାହ କରିବେ ପୁଲକିତ ସମ୍ରାଟ – କ୍ରିତି ଖରବନ୍ଦା

mahabharatanews

ସଲମାନ ଖାନଙ୍କ ଫାର୍ମ ହାଉସରେ ୨ ଅଜଣା ବ୍ୟକ୍ତି

mahabharatanews

 ‘ଦି କେରଳ ଷ୍ଟୋରୀ’ଫିଲ୍ମର ସଦସ୍ୟଙ୍କୁ ମିଳିଲା ସୁରକ୍ଷା 

mahabharatanews