ଓଡିଶା

କରୋନା ମୁକାବିଲା ପାଇଁ ଅଧିକ ସତର୍କ ରହିବାକୁ ପୁରୀ ଜିଲ୍ଲାପାଳଙ୍କ ପରାମର୍ଶ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ ଦିନକରେ ୩୮୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି । ଜିଲ୍ଲବାସୀ ଆହୁରି ଅଧିକ ସତର୍କ ହେବାକୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଆହ୍ୱାନ ଦେଇଛନ୍ତି । ଅନଲକ-୪ରେ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ କୋଭିଡ କଟକଣା କୋହଳ ହୋଇଛି। ତେବେ ଜୀବିକା ଯେତିକି ଗୁରୁତ୍ୱପୂର୍ଣ୍ଣ ଜୀବନ ମଧ୍ୟ ସେତିକି ମୂଲ୍ୟବାନ। ଏଣୁ ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା ସହ କୋଭିଡ ଗାଇଡ଼ଲାଇନକୁ ପାଳନ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। କରୋନାର କୌଣସି ଲକ୍ଷଣ ଦେଖା ଦେଲେ ନିକଟସ୍ଥ ହସ୍ପିଟାଲକୁ ଯୋଗାଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ସେ କହିଛନ୍ତି। ପୁରୀ ଜିଲ୍ଲାରେ ଗତ ୨୪ ଘଣ୍ଟା ଭିତରେ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୨୨୭ରେ ପହଞ୍ଚିଛି । ସେହିପରି ଆଜି ପର୍ୟ୍ୟନ୍ତ ଜିଲ୍ଲାରେ ୨୦ ଜଣଙ୍କ ର କୋଭିଡ ରେ ମୃତ୍ୟୁ ହୋଇଥିବା ବେଳେ ୧୩୧୩ଟି ଆକ୍ଟିଭ କେସ ରହିଛି। ଏ ପର୍ୟ୍ୟନ୍ତ ୬୭, ୮୯୬ ଟି ସାଂପଲ ସଂଗ୍ରହ ହୋଇ ଟେଷ୍ଟ ହୋଇ ଥିବା ବେଳେ ପୁରୀ ଜିଲ୍ଲାରେ ପୁରୀ ପୌରାଞ୍ଚଳ ରେ ସର୍ବାଧିକ ୧୮୨୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

Related posts

ବୃଦ୍ଧି ପାଉଛି ଡେଙ୍ଗୁ ଆତଙ୍କ: କଟକରେ ୧୩ ରୋଗୀ ଚିନ୍ହଟ 

mahabharatanews

ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

mahabharatanews

ଗାଁରେ ପହଞ୍ଚିଲା ମରଶରୀର

mahabharatanews