(ପୁରୀ) : ଆଜି ଧନୁ ସଂକ୍ରାନ୍ତି । ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ଧନୁ ସଂକ୍ରାନ୍ତି ଠାରୁ ଜାନୁଆରୀ ୧୪ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ଭୋଗ ନୀତି ପାଳନ କରାଯିବ । ଆଜି ପହିଲି ଭୋଗରେ ୩୨ ପ୍ରକାରର ପିଠା ଲାଗି କରାଯାଇଥାଏ ।
ସୂଚନାନୁଯାୟୀ , ସକାଳୁ ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ମା’ଯଶୋଦା । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି । ପୌରାଣିକ କମ୍ବଦନ୍ତୀ ଅନୁସାରେ, ଦ୍ୱାପର ଯୁଗରେ ମା’ଯଶୋଦା ଆଜିର ଦିନରେ କୃଷ୍ଣ ବଳରାମଙ୍କୁ ପିହିଲି ଭୋଗ ଖୁଆଇଥିଲେ।