(ପୁରୀ): ଦୀର୍ଘ ୯ମାସ ପ୍ରତୀକ୍ଷାର ଅନ୍ତ ଘଟିଲା । ଖୋଲିଲା ଶ୍ରୀମନ୍ଦିର । ଆଜିଠୁ ଆରମ୍ଭ ହୋଇଛି କାଳିଆ ଦର୍ଶନ । ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ । ୨୫ ତାରିଖ ଯାଏଁ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାରରେ ଦର୍ଶନ କରିପାରିବେ ସେବାୟତ । ପରେ ୨୬ ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିପାରିବେ ।
ସକାଳ ସାଢେ ୭ଟାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଦର୍ଶନ ଚାଲିବ । ଚାରିଦ୍ୱାରରେ ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ପାଇଁ ଯିବେ ଓ ଚାରିଦ୍ୱାରରେ ପ୍ରସ୍ଥାନ କରିପାରିବେ । ଜାନୁୟାରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିପାଇଁ ପୂରାବଡଦାଣ୍ଡର ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖାଯାଇଛି ।
previous post
next post