(ମୁମ୍ବାଇ) : ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ ଧୂମଧାମରେ ନିଜ ଜନ୍ମ ଦିନ ସେଲିବ୍ରେଟ୍ କରୁଛନ୍ତି । ଏହି ଅବସରରେ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ନିର୍ମାତା ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି, ଫିଲ୍ମର ଟିଜର ରିଲିଜ ହୋଇଯାଇଛି ।
ତେବେ ଟିଜରରେ ଆଲ୍ଲୁ ଅର୍ଜୁନଙ୍କର ଏକ ଭିନ୍ନ ଏବଂ ଧମାକେଦାର ଲୁକ୍ ଦେଖିବା ଦେଖିବା ପାଇଁ ମିଳୁଛି । ଏହି ଫିଲ୍ମରେ ଆଲ୍ଲୁ ପୁଷ୍ପା ରାଜ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମତୁଆଲା କରୁଛି । ପ୍ରସିଦ୍ଧ ସାଉଥ୍ ତାରକା ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨ର ଟିଜର ରିଲିଜ୍ ହୋଇଯାଇଛି । ରିଲିଜ୍ ହେବା ମାତ୍ରେ ଟିଜର ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି । ଟିଜରରେ ଅଭିନେତାଙ୍କ ଲୁକ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଟିଜର ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି । ତେବେ ଆଗଷ୍ଟ ୧୫ରେ ପୁଷ୍ପା-୨ ପ୍ରେକ୍ଷାଳୟରେ ରିଲିଜ୍ ହେବା ନେଇ ସୂଚନା ରହିଛି । ଟିଜର୍ ରିଲିଜ୍ ହେବାର କିଛି ଦିନ ପୂର୍ବରୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା-୨ରୁ ଏକ ଜବରଦସ୍ତ ପୋଷ୍ଟର ରିଲିଜ୍ ହୋଇଥିଲା ।