ଭାରତ

ପରଲୋକରେ ରେଡିଓ ଘୋଷକ ଅମିନ ସାୟାନୀ

(ଦିଲ୍ଲୀ) : ପରଲୋକରେ ପ୍ରତ୍ୟେକ ପରିବାରରେ ସ୍ୱର ସହିତ ଲୋକପ୍ରିୟ ଥିବା ରେଡିଓ ଘୋଷକ ଅମିନ ସାୟାନୀ । ସେ ୯୧ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମଙ୍ଗଳବାର ରାତିରେ ସେ ହୃଦଘାତରେ ପୀଡିତ ହୋଇଥିଲେ, ପରେ ତାଙ୍କୁ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି।

ସୂଚନାନୁଯାୟୀ , ସେ ଦୁନିଆକୁ ବିଦାୟ ଦେଇଛନ୍ତି, ତାଙ୍କର ଦେହାନ୍ତ ଖବର ଲୋକଙ୍କୁ ବ୍ୟଥିତ କରିଛି। ଆମିନ ସାୟାନି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କ ସ୍ୱର ଏବଂ କାର୍ଯ୍ୟକ୍ରମର ଉପସ୍ଥାପନା ସହିତ ସୁନାମ ଅର୍ଜନ କରିଥିଲେ। ତାଙ୍କର ପ୍ରସିଦ୍ଧ କାର୍ଯ୍ୟକ୍ରମ ବିନକା ଗୀତାମାଲା ରେଡିଓ ସିଲୋନରେ ପ୍ରସାରିତ ହୋଇଥିଲା । ଅମିନ ସାୟାନି ୧୯୫୧ ରେ ରେଡିଓ କ୍ୟାରିୟର ଆରମ୍ଭ କରିଥିଲେ । ଅମିନ ସୟାନୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ସୃଷ୍ଟି କରିଛି। ଅମିନ ସୟାନୀଙ୍କ ପୁଅ ରାଜୀଲ ସୟାନି ତାଙ୍କ ପିତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମଙ୍ଗଳବାର ତାଙ୍କ ପିତା ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ ଘରେ ହୃଦଘାତରେ ପୀଡିତ ହୋଇଥିଲେ ।

Related posts

ଭାରତରେ ବର୍ଷା ସଙ୍କଟ

mahabharatanews

ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଜୟନ୍ତୀ

mahabharatanews

ବୈଷୟିକ ତ୍ରଟି ପାଇଁ ମିଗ୍ ବିମାନ କ୍ରାସ ହୋଇଛି

mahabharatanews