ଓଡିଶା

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ 

(ଭୁବନେଶ୍ୱର) :  ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ । ପୂର୍ବାହ୍ନ ୧୧.୪୫ରେ ଶପଥ ଗ୍ରହଣ ସମାରୋହ ହେବ । ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ।  ଏହା ପୂର୍ବରୁ ଗତକାଲି ରାଜଭବନରେ ପହଞ୍ଚିଛନ୍ତି ନସବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳଙ୍କ ସମେତ ୮୦ରୁ ଅଧିକ ଅତିଥି ରାଜଭବନ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ ।

ସୂଚନାନୁଯାୟୀ , ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ରାଜଭବନରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ନୂଆ ରାଜ୍ୟପାଳ । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

Related posts

ସ୍ୱାଧୀନତା ଆନ୍ଦୋଳନରେ ବୋଲଗଡ଼ର ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

mahabharatanews

ବିଜେଡିରେ ମିଶିଲେ ବିଜେପି ସାଂସଦଙ୍କ ପତ୍ନୀ

mahabharatanews

ବାହାର ରାଜ୍ୟ ଶ୍ରମିକଙ୍କୁ ସଚେତନ କରାଉଛି ଡିଏମଏଚପି

mahabharatanews