ଓଡିଶା

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ

(ଭୁବନେଶ୍ୱର) : ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଦଳ ପକ୍ଷରୁ କୁହାଯାଇଛି ଯେ କଂଗ୍ରେସର ପ୍ରମୁଖ ନେତା ଓଡ଼ିଶା ଆସିବା ପୂର୍ବରୁ ଏଥିପାଇଁ ପ୍ରାଥମିକ କ୍ଷେତ୍ର ପ୍ରସ୍ତୁତି କରାଯାଉଛି। ବୁଥସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ବୁଥ କମିଟି ଗଠନ ଶେଷ ହେବ। ରାଜ୍ୟର ୪ଟି ପ୍ରାନ୍ତରେ ବଡ଼ ଶୋଭାଯାତ୍ରା ପାଇଁ ଯୋଜନା କରାଯାଉଛି। ଏବେ ୫ଟି ରାଜ୍ୟରେ ନିର୍ବାଚନ ଚାଲିଛି, ଏହାପରେ ସମସ୍ତ ନେତୃବୃନ୍ଦ ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା କଂଗ୍ରେସ ଗଣମାଧ୍ୟମ ସେଲ୍‌କୁ ଅଧିକ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛି। ଦଳ ସ୍ଥିର କରିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଲଗାତାର ଭାବେ ଲୋକଲୋଚନକୁ ଆଣିବ।

Related posts

ରବିବାର ସମ୍ବଲପୁର ଜିଲ୍ଲା ସଟଡାଉନ ଘୋଷଣା

mahabharatanews

ପଦ୍ମପୁର ଉପନିର୍ବାଚନ ମଇଦାନରେ 10 ପ୍ରାର୍ଥୀ

mahabharatanews

 ବିଲରେ ମରି ପଡିଛନ୍ତି ବିଦେଶାଗତ ପକ୍ଷୀ: ବାର୍ଡ ଫ୍ଲୁ ଆଶଙ୍କା 

mahabharatanews