ଭାରତ

‘ମୋ ବାପାଙ୍କ ମୃତ୍ୟୁ ସମୟରେ ଯେପରି ଲାଗୁଥିଲା ଆଜି ସେହିପରି ଅନୁଭବ ହେଉଛି’

ଓ୍ବାୟନାଡ: କେରଳର ଓ୍ବାୟନାଡ ଯାଇ ଭୂସ୍ଖଳନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ସମୟରେ ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ରାହୁଲ ।  ପ୍ରଭାବିତ ଲୋକଙ୍କୁ ସାନ୍ତ୍ୱନା ଦେବା ସହ ସମ୍ଭାବ୍ୟ ସାହାଯ୍ୟ ପାଇଁ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।

ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ୧୯୯୧ ରେ ମୁଁ ମୋ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ସମୟରେ ଯେପରି ଦୁଃଖ ଅନୁଭବ କରିଥିଲି । ଏହି ଭୂସ୍ଖଳନ କାରଣରୁ ଯାଇଥିବା ଅନେକ ଜୀବନ ଓ କ୍ଷୟକ୍ଷତି କୁ ନେଇ ଠିକ୍ ସେହିପରି କଷ୍ଟ ଅନୁଭବ କରୁଛି । ଏସବୁ ଦେଖିବା ଆମ ପକ୍ଷେ ଖୁବ୍ କଷ୍ଟଦାୟକ ବୋଲି ରାହୁଲ କହିଛନ୍ତି ।

ଏହା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା କରିବା ପାଇଁ ଡାକ୍ତର, ନର୍ସ, ପ୍ରଶାସନ, ସ୍ୱେଚ୍ଛାସେବୀ ଏବଂ ଉଦ୍ଧାରକାରୀ ଟିମ୍ କୁ ଧନ୍ୟବାଦ ଦେବା ସହ ଯଥା ସମ୍ଭାବ୍ୟ ସାହାଯ୍ୟ ଓ ସହାୟତା କରିବୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ସୂଚନାଯୋଗ୍ୟ, ୱାୟନାଡରେ ଏହି ଭୟଙ୍କର ଭୂସ୍ଖଳନ ଘଟି ବର୍ତ୍ତମାନ ସୁଦ୍ଧା ୨୫୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୨୦୦ ଲୋକ ଆହତ ହୋଇଛନ୍ତି । ଏବେ ସୁଦ୍ଧା ଘଟଣାସ୍ଥଳରେ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍ ସମେତ ସ୍ୱେଚ୍ଛାସେବୀ ସଂଗଠନ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Related posts

 ୧୪୧ତମ ଅନ୍ତର୍ଜାତୀୟ ଅଲିମ୍ପିକ୍ସ; ମୁମ୍ବାଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ  

mahabharatanews

ମରିଗଲା ମାନବିକତା ; ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲ୍ଲଗ୍ନ କରି ବୁଲାଇଲେ 

mahabharatanews

ଏଣିକି ବସ୍‌ରେ ମାଗଣା ଯାତ୍ରା କରିପାରିବେ କିନ୍ନର  

mahabharatanews