(ପଶ୍ଚିମବଙ୍ଗ) : ନିର୍ବାଚନ ଯେତେ ପାଖେଇ ଆସୁଛି । ଦେଶରେ ଏବେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି । ଶାସକ ହେଉ କି ବିରୋଧୀ ନିଜ ରଣନୀତି ହିସାବରେ ଓହ୍ଲାଇଛନ୍ତି ମଇଦାନକୁ । ଶାସକୁ ଘେରିବା ଲାଗି ବରୋଧୀ ର୍ହାତ ଛଡ଼ା କରିବାକୁ ପଛାଉ ନାହାଁନ୍ତି । ଦେଶରେ ବର୍ତ୍ତମାନ କଂଗେସ ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରୁଛି । ଏହି ଯାତ୍ରା ସମୟରେ ପଶ୍ଚିମବଙ୍ଗରେ ଏକ ଦୁର୍ଘଟଣା ଘଟିଛି । ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମୟରେ ଏକ ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି ।
ସୂଚନାନୁଯାୟୀ , ରାହୁଲଙ୍କ କନଭେରେ ସାମିଲ ଏକ ଆମ୍ବୁଲାନ୍ସ ବରିଷ୍ଠ ଜିଲା ପୋଲିସ ଅଧିକାରୀଙ୍କ କାରକୁ ଧକ୍କା ଦେଇଛି । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ମୁରାରଇରେ ଏହି ଦୁର୍ଘଟଣା ଘଟିଛି । ଏହା ପରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ଉଭୟଙ୍କୁ ମୁରାରଇ ପୋଲିସ ଷ୍ଟେସନକୁ ନିଆଯାଇଥିଲା, ସେଠାରେ ସେମାନଙ୍କୁ ପଚରାଉଚରା କରାଯାଇଛି । ଆମ୍ବୁଲାନ୍ସ ଗାଡିକୁ ଧକ୍କା ଦେବା ସମୟରେ ଜିଲା ପୋଲିସ ଅଧିକାରୀ ର୍କାରେ ଉପସ୍ଥିତ ଥିଲେ । ସୌଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରେ ଆହତ ହୋଇନାହାଁନ୍ତି ।