ଭାରତ

ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

(ଝାଡଖଣ୍ଡ) : ଝାଡଖଣ୍ଡରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ କଳ୍ପନା ସୋରେନଙ୍କ ସହ ସାକ୍ଷାତ କରିବାକୁ ରାହୁଲ ଗାନ୍ଧି ପହଁଞ୍ଚିଛନ୍ତି ।  କଳ୍ପନା ସୋରେନଙ୍କ ସହ ରାହୁଲ ଗାନ୍ଧୀଙ୍କ ଏହି ସାକ୍ଷାତ ପୂର୍ବ ଯୋଜନା ହୋଇନଥିବା ଏବେ କୁହାଯାଉଛି ।

ସୁଚନାନୁସାରେ,  ସୋମବାର ଦିନ, ଗୋଟିଏ ପଟେ ଚମ୍ପାଇ ସୋରେନ୍ ସରକାର ରାଞ୍ଚି ବିଧାନସଭାରେ ଆସ୍ତା ଭୋଟ୍ ଜିତିଥିବା ବେଳେ ଅନ୍ୟ ପଟେ ରାହୁଲ ଗାନ୍ଧୀ ମଧ୍ୟ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବର୍ତ୍ତମାନ ରାଞ୍ଚିରେ ଚାଲିଛି । ଏହି ସମୟରେ ହଠାତ୍ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ କଳ୍ପନା ସୋରେନଙ୍କୁ ଭେଟିବା ପାଇଁ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଥିଲେ ।

Related posts

ମାର୍ଚ୍ଚରେ ଇଡ଼ିରେ ହଜାର ହେବେ କେଜ୍ରିୱାଲ

mahabharatanews

ଆଫଗାନିସ୍ତାନରେ ୨ଟି ଭୂମିକମ୍ପ

mahabharatanews

 ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଭିଡ଼

mahabharatanews