(ଭୁବନେଶ୍ୱର) : ମଙ୍ଗଳବାର ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଆସନ୍ତାକାଲିଠାରୁ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଟାର୍ଗେଟ ରଖିଛନ୍ତି ବିରୋଧୀ । ଆଉ ବିରୋଧୀଙ୍କୁ ବି ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ । ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ଅଧିବେଶନ । ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଆସନ୍ତା ୧୩ ତାରିଖ ଯାଏଁ ଚାଲିବ ବିଧାନସଭା ।
ସୂଚନାନୁଯାୟୀ , ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ । ଚଳିତ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ମୋଟ ୧ ଘଣ୍ଟା ୨୮ ମିନିଟ୍ର ଭାଷଣ ଦେଇଛନ୍ତି । ଦିନ ୧୧ଟାରୁ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଛି । ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଲେ ରାଜ୍ୟପାଳ । ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନଯୋଜନା ଓ ଉପଲବ୍ଧି ସଂପର୍କର କହିଥିଲେ ।
