Uncategorized

ଦୁଇ ଦିନିଆ ଗସ୍ତରେ ରାହୁଲ…

(ନୂଆଦିଲ୍ଲୀ): ଆଜି ଦୁଇ ଦିନିଆ ଗସ୍ତରେ ରାହୁଲ ଗାନ୍ଧୀ ଜାମ୍ମୁରେ ପହଞ୍ଚିଛନ୍ତି । ସେ କଟାରାରୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଚାଲି ଚାଲି ବହାରିଛନ୍ତି । ମା’ଙ୍କ ସନ୍ଧ୍ୟା ଆଳତୀରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏବଂ ଗତକାଲି ଜାମ୍ମୁରେ ଦଳ ନେତା, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ, କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏନେଇ ଜାମ୍ମୁ-କାଶ୍ମୀର କଂଗ୍ରେସ କମିଟି ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମନ୍ଦିର ଓ ଭଗବାନଙ୍କ ଉପରେ ସ୍ୱତନ୍ତ୍ର ଆସ୍ଥା ରହିଛି । ଅନେକ ନେତା ଏଠାକୁ ଆସନ୍ତି ମାତ୍ର କିଏ ଘୋଡ଼ାରେ ତ କିଏଲ ହେଲିକ୍ୟାପ୍ଟର ସହ ଯିବାକୁ ପସନ୍ଦ କରନ୍ତି । କିନ୍ତୁ ରାହୁଲ ଗାନ୍ଧୀ କଟରୀରୁ ମନ୍ଦିର ଯାଏଁ ଚାଲି ଚାଲି ଯାଉଛନ୍ତି । ସେଠାରେ ସେ ସନ୍ଧ୍ୟା ଆଳତୀରେ ସାମିଲ ହେବେ ଓ ଗତକାଲି ଚାଲି ଚାଲି ହିଁ ତଳକୁ ଆସିବେ । ତାଙ୍କ ଯାତ୍ରାର ପ୍ରଥମ ଦିନରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ ହୋଇନାହିଁ ।

Related posts

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କଲାଣି

mahabharatanews

କରୋନା ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କର ୧ ବିଲିୟନ ଡଲାର ସହାୟତା

mahabharatanews

ପିଜ୍ଜା ଡେଲିଭରୀ ବୟଙ୍କୁ କରୋନା: ହୋମ କ୍ୱାରେଣ୍ଟାଇନରେ ୭୨ ପରିବାର

mahabharatanews

Leave a Comment