ଭାରତ

ବାପାଙ୍କ ଜନ୍ମଦିନରେ ଭାବବିହ୍ୱୋଳ ଲେଖା ପୋଷ୍ଟ କଲେ ରାହୁଲ   

(ଲଦାଖ); ଅଗଷ୍ଟ ୨୦ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ । ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନରେ Pangong ହ୍ରଦରେ ଉପସ୍ଥିତ ରହିଥିଲେ । ରାହୁଲ ଗାନ୍ଧୀ Pangong ହ୍ରଦ ପର୍ଯ୍ୟନ୍ତ ସୁପରବାଇକ୍ ଚଲାଇ ପହଞ୍ଚିଥିଲେ ।

ସୂଚନାନୁଯାୟୀ ,  ସମୁଦ୍ର ପତ୍ତନ ଠାରୁ ୧୪୨୭୧ ଫୁଟ ଉଚ୍ଚରେ ପାଙ୍ଗଙ୍ଗ୍‌ ହ୍ରଦକୂଳରେ ସେ ରାଜୀବଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାର ଏକ ଭିଡିଓ ରାହୁଲ ସାମାଜିକ ଗଣମାଧ୍ୟମ ଏକ୍ସ (ପୂର୍ବର ଟ୍ବିଟର)ରେ ସେୟାର କରିଛନ୍ତି। ସେଥିରେ ହିନ୍ଦୀରେ ରାହୁଲ ଲେଖିଛନ୍ତି ବାପା, ଆପଣଙ୍କ ଆଖିରେ ଭାରତ ପାଇଁ ଯେଉଁ ସ୍ବପ୍ନ ଥିଲା ତାହା ଏହି ଅମୂଲ୍ୟ ସ୍ମୃତିରେ ଭରି ରହିଛି। ଆପଣଙ୍କ ଲକ୍ଷ ମୋର ପଥ। ପ୍ରତ୍ୟେକ ଭାରତୀୟଙ୍କ ସଂଘର୍ଷ ଓ ସ୍ବପ୍ନକୁ ମୁଁ ବୁଝୁଛି। ଭାରତ ମାତାର ସ୍ବର ଶୁଣୁଛି।

Related posts

ଜି-୨୦ ସମ୍ମିଳନୀ; ଆୟୋଜିତ ହେବ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ବିକ୍ରି ମେଳା

mahabharatanews

ଦିଲ୍ଲୀ ଏୟାରପୋର୍ଟରେ ଜୀବନ୍ତ ଗୁଳି ଓ ବନ୍ଧୁକ ସହ ମହିଳା ଗିରଫ

mahabharatanews

 ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର

mahabharatanews