Uncategorized

ଅଶ୍ୱିନୀଙ୍କ ବଡ ପଦକ୍ଷେପ: ଦୁଇଟି ସିପ୍ଟରେ କାମ କରିବ ରେଳମନ୍ତ୍ରୀଙ୍କ ଅଫିସ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବତଙ୍କ ବଡ ପଦକ୍ଷେପ । ରେଳ ମନ୍ତ୍ରୀଙ୍କ କାର୍ଯ୍ୟଳୟ କାର୍ଯ୍ୟକରିବ ଦୁଇଟି ସିପ୍ଟରେ । ପ୍ରଥମ ସିପ୍ଟର କାର୍ଯ୍ୟ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ସିପ୍ଟ କାର୍ଯ୍ୟକରିବ ଅପରାହ୍ନ ୩ଟାରୁ ରାତି ୧୨ଟା ଯାଏ । ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରେଲୱେ ଏଡିଜି ଡ. ନାରାୟଣଙ୍କ ପକ୍ଷରୁ ନୋଟିସ ହୋଇଛି । ଘରୋଇ ଏବଂ ରେଳ କର୍ମଚାରୀମାନେ ପୂର୍ବ ପରି କାର୍ଯ୍ୟ କରିବେ ।
ବୈଷ୍ଣବ ପ୍ରଥମ ଥର ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି । ତାଙ୍କ ହାତକୁ ଆସିଛି ରେଳବାଇ ସହ ସଂଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ । ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ଅଶ୍ୱିନୀ ବୈଷବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ରେଳବାଇ ମାଧ୍ୟମରେ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସାଧାରଣ ମଣିଷ, କୃଷକ, ଗରିବ ଲୋକ ଏହାର ଲାଭ ପାଇବେ ।

 

Related posts

ପଞ୍ଜାବ: କନେଷ୍ଟବ ଗୁଳିରେ ସ୍ତ୍ରୀ ସମେତ ୪ ଜଣଙ୍କ ମୃତ୍ୟୁ

mahabharatanews

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ଏଣିକି ଆମେରିକା ବିଦେଶୀଙ୍କ ପାଇଁ ମନା

mahabharatanews