ଓଡିଶା

ଶିମିଳିପାଳରେ ପ୍ରାକୃତିକ ବର୍ଷା

(ଶିମିଳିପାଳ) : ଶିମିଳିପାଳରେ ପ୍ରାକୃତିକ ବର୍ଷା । ସବୁଜ ବନାନୀରେ ପରିପୂର୍ଣ୍ଣ ପ୍ରକୃତି ରାଣୀ ଶିମିଳିପାଳକୁ ପ୍ରାକୃତିକ ବର୍ଷାରୁ ସୁରକ୍ଷା ମିଳିଛି। ଶୀତଳ ହୋଇଛି ଅଭୟାରଣ୍ୟ ବନାଗ୍ନି। ଫଳରେ କର୍ମଚାରୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ପରିବଶେବିତ୍‌ମାନେ ଖୁସି ପ୍ରକଟ କରିଛନ୍ତି।

ସୂଚନାନୁଯାୟୀ , ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇଥିଲା । ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ବର୍ଷା ହେବାରୁ ବାରିପଦା ସହର ଜଳାର୍ଣ୍ଣବ ହୋଇପଡ଼ଥିଲା। ବାରିପଦାରେ ସର୍ବାଧିକ ୫୧.୮୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ପିଠାବଟାରେ ୮.୮୯ ମି.ମି. ଦକ୍ଷିଣରେ ୯.୬୫ ମି.ମି., ନଅଁଣା ସାଉଥ୍‌ରେ ୬.୪୦ ମି.ମି., ନଅଁଣା ନର୍ଥରେ ୪୮ମି.ମି., ଡୁକୁରାରେ ୫୦.୮୦ମି.ମି., ବରେହିପାଣି ଅଞ୍ଚଳରେ ୨୦.୦୬ ମି.ମି., କୁଳିପାଳରେ ୩୧.୪୯ ମି.ମି., ଭଞ୍ଜବସାରେ ୫.୩୩ ମି.ମି., ଉପର ବାରହାକାମୁଡ଼ାରେ ୨.୨୦ ମି.ମି., ଜେନାବିଲରେ ୧୧.୬୮ ମି.ମି., ପୋଡାଡିହାରେ ୬.୮୫ ମି.ମି., ସାତକୋଶିଆରେ ୪.୫୭ ମି.ମି., ଠାକୁରମୁଣ୍ଡାରେ ୨.୫୪ ମି.ମି ।

Related posts

୨ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

mahabharatanews

ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

mahabharatanews

ସଂକ୍ରମଣ ବଢ଼ିଲେ ମାସ୍କକୁ ନେଇ ଆସିପାରେ ନୂଆ ନିୟମ

mahabharatanews

Leave a Comment