ଓଡିଶା

୨୨ରେ ଲଘୁଚାପ ସୃଷ୍ଟି ସମ୍ଭାବନା

(ଭୁବନେଶ୍ୱର) : ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବା ବେଳେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ। ତେବେ ୨୨ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ।

ସୂଚନାନୁଯାୟୀ ,ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ଭୟ କରିବାର କିଛି ନାହିଁ। ଏ ପର୍ଯ୍ୟନ୍ତ ଆମେ (ଆଇଏମ୍‌ଡି) ବାତ୍ୟା ନେଇ କୌଣସି ଆକଳନ କରିନି। ଏବେ ଲଘୁଚାପ ମଧ୍ୟ ସୃଷ୍ଟି ହୋଇନାହିଁ। ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଅନ୍ୟପକ୍ଷରେ ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ। ଉପକୂଳ ଓଡ଼ିଶାରେ ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ। ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇରୁ ତିନି ଦିନ ଯାଏଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

Related posts

ଆସନ୍ତାକାଲି ହେବ କୋଟିଆ ପ୍ରସଙ୍ଗରେ ଶୁଣାଣି

mahabharatanews

କୋରାପୁଟରେ ୪ଜଣିଆ କେନ୍ଦ୍ରୀୟ ଟିମ୍

mahabharatanews

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ,ପ୍ରବଳ ବର୍ଷା ସମ୍ଭାବନା

mahabharatanews