ଓଡିଶା

ଟ୍ରକ ଓଲଟି ଶ୍ରମିକ ମୃତ

(ଯାଜପୁର):ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନସ୍ଥ ଅଭୟପୁର ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଗୁରୁବାର ରାତିରେ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଶୋଲର ଗାଁର ବାସିନ୍ଦା ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଟ୍ରକ୍ରେ ମାଙ୍କଡ଼ା ପଥର ଚୋରା ଚଲାଣ କରାଯାଉଥିଲା। ଅଭୟପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଟ୍ରକ୍ରେ ଚାରି ଜଣ ଶ୍ରମିକ ଥିବା ବେଳେ ଟ୍ରକ୍ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ତିନି ଶ୍ରମିକ ବିଶେଷ ଆହତ ହୋଇନାହାନ୍ତି। ଦୂର୍ଘଟଣା ପରେ ଘଟଣାସ୍ଥଳରେ ବୈରି ପୁଲିସ୍ ପହଞ୍ଚି ର୍ଶମିକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଥିବା ବେଳେ ପୁଲିସ୍ ଓଲଟି ପଡିଥିବା ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।

Related posts

ଫନିକୁ ୮ ମାସ: କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି ହୋଇପାରୁନି

mahabharatanews

ଗୋଡ ଖସି ପୋଖରୀରେ ବୁଡିଗଲେ ଯୁବକ

mahabharatanews

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ 

mahabharatanews