ଅପରାଧ

ରାଇରଙ୍ଗପୁର ଟାଉନ୫ନମ୍ବର ୱାଡ଼ ଧରମଗଳି ରୁ ବାଇକ ଚୋରି

(ସତ୍ୟନାରାୟଣ ପାଲ/ ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୫ ନମ୍ବର ୱାଡ଼ ଧରମଗଳିରୁ ଗତକାଲି ଦିନ ୧୨ଟା ପାଖାପାଖି ଏକ ବାଇକ ଚୋରି ହୋଇଥିବା ରାଇରଙ୍ଗପୁର ଟାଉନ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି ଯେ ଭଞ୍ଜ କିଶୋର ସେଠୀ ନାମକ ଜଣେ ବ୍ୟକ୍ତି ଏକ ହୀର ହୋଣ୍ଡ କମ୍ପାନୀର ବାଇକରେ ରାଇରଙ୍ଗପୁର ବଜାର ସ୍ଥିତ ପିଛିଲିଘାଟି ସ୍କୁଲ ପାଖରେ ଥିବା ମହାବୀର ଖେମକା ଘର ବାହାରେ ବାଇକ ଟିକୁ ଛିଡା କରି ମହାବୀର ବାବୁଙ୍କ ସହିତ କଥା ହେବା ପାଇଁ ତାଙ୍କ ଘର ଭିତରକୁ ଯାଇଥିଲେ। କିଛି ସମୟ ପରେ ଯେତେବେଳେ ସେ ବାହାର କୁ ବାହାରି ଦେଖିଲେ ଯେ ତାଙ୍କର ବାଇକ ସେଠି ନାହିଁ। ତାପରେ ବହୁତ ଖୋଜଖୋଜି କଲା ପରେ ବାଇକଟିର କୌଣସି ପତା ନ ମିଳିବାରୁ ଶେଷରେ ସନ୍ଧ୍ୟାରେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କଲେ। ଲିଖିତ ଅଭିଯୋଗକୁ ଆଧାର କରି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ମହାବୀର ବାବୁଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଜଣେ ଯୁବକ ବାଇକ ଟିକୁ ନେଇ ପଳାଇ ଯାଉଛି।ସେହି ସିସିଟିଭି ଫୁଟେଜକୁ ଆଧାର କରି ରାଇରଙ୍ଗପୁର ଟାଉନ ପୋଲିସ ଛାନଭିନ ଆରମ୍ଭ କରିଛ।ବର୍ତ୍ତମାନ ସୁଦ୍ଧା ନା ବାଇକର କୌଣସି ଖବର ମିଳିଛି ନା ବାଇକ ନେଇ ପଳାଇ ଥିବା ଯୁବକ କିଛଇ ପତ୍ତା।

Related posts

ଏଟିଏମ ଲୁଟ

mahabharatanews

ଭୂଟାନରୁ ଫେରି ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

mahabharatanews

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews