Uncategorized

ପରଲୋକରେ ଅଭିନେତା ରାଜୀବ କପୁରଙ୍କ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ରାଜୀବ କପୁରଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି । ଆଜି ହୃଦଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ତାଙ୍କୁ ହୃଦଘାତ ହେବା ପରେ ସଙ୍ଗେ ସଙ୍ଗେ ତାଙ୍କ ଚେମ୍ବୁର ନିବାସ ନିକଟବର୍ତ୍ତୀ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ପୁତୁରା ରଣବୀର କପୁର ସୂଚନା ଦେଇଛନ୍ତି ।
ରାଜୀବ ଥିଲେ ରାଜକପୁରଙ୍କ ତିନି ପୁଅଙ୍କ ମଧ୍ୟରେ ରାଜୀବ ଥିଲେ ସର୍ବ କନିଷ୍ଠ । ରାଷି କପୁର, ରଣବୀର କପୁର ତାଙ୍କ ବଡ ଭାଇଥିଲେ । ବିରାସତରେ ସେ ଅଭିନୟ ଦକ୍ଷତା ହାସଲ କରିଥିଲେ । ୧୯୮୫ ମସିହାରେ ନିର୍ମିତ ଫିଲ୍ମ ରାମ ତେରି ଗଙ୍ଗାମୈଲୀ, ୧୯୮୩ରେ ଏକ ଜାନ ହେଁ ହମରେ ତାଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା । ଏଥିସହ ସେ ପ୍ରେମ ଗ୍ରନ୍ଥର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ରିଷି କପୁର ଲିଡ ରୋଲରେ ଅଭିନୟ କରିଥିଲେ । ରାଜୀବଙ୍କ ମୃତ୍ୟୁ ପରେ ତାଙ୍କ ଭାଉଜ ତଥା ଅଭିନେତ୍ରୀ ନିତୁ ସିଂହ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।

Related posts

ଏନଆରସି ପତିବାଦ ହିଂସାରେ ୩୦ ମୃତ

mahabharatanews

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

mahabharatanews

ଦିଲ୍ଲୀ ହିଂସା: ଇରାନ ପରେ ପାକିସ୍ତାନର ବୟାନ

mahabharatanews