(ନୁଆଦିଲ୍ଳୀ): ଦେଶର ନୂତନ ନିର୍ବାଚନ କମିଶନର ଭାବେ ରାଜୀବ କୁମାର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କ ସହ ନିର୍ବାଚନ ଆୟୋଗରେ ଯୋଗ ଦେଇଛନ୍ତି ।୧୯୮୪ ବ୍ୟାଚର ଝାଡଖଣ୍ଡ କ୍ୟାଡରର ଏହି ଆଇଏଏସ ଅଫିସର ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସମେତ ବିହାର ଓ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ବିଭାଗରେ କାର୍ୟ୍ୟ କରିଛନ୍ତି। ନିର୍ବାଚନ କମିଶନର ପଦରୁ ଅଶୋକ ଲାଭାଶାଙ୍କ ଇସ୍ତଫା ପରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଆଜି ସେ ନିଜ ପଦରେ ଯୋଗ ଦେଇଛନ୍ତି । ତେବେ ଲାଭାଶା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।
previous post
next post