(ଦିଲ୍ଲୀ) : ସାମ୍ନାକୁ ଆସିଲା ରାମ ମନ୍ଦିରରୁ ରାମଲାଲାଙ୍କ ବିଗ୍ରହର ସମ୍ପୂର୍ଣ୍ଣ ଫଟୋଚିତ୍ର ସାମ୍ନାକୁ ଆସିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ରାମଲାଲାଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ବେଶ ଚମତ୍କାର ଲାଗୁଛି। ମୁହଁରେ ଥିବା ହସ ଭଗବାନ ରାମଙ୍କ ନମ୍ରତା ଏବଂ ମଧୁରତା ବିଷୟରେ କହିଥାଏ ।
ସୂଚନାନୁଯାୟୀ , ଏହା ପୂର୍ବରୁ ଜାନୁଆରୀ ୧୭ ତାରିଖରେ ରାମଲଲାଙ୍କ ମୂର୍ତ୍ତିକୁ ରାମ ମନ୍ଦିର ଗର୍ଭଗୃହକୁ ଅଣାଯାଇଥିଲା। ମୂର୍ତ୍ତିକୁ ଭିତରକୁ ଆଣିବା ପୂର୍ବରୁ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଜାନୁଆରୀ ୧୮ (ଗୁରୁବାର) ଦିନ ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା।