ଓଡିଶା

ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ପ୍ରଦର୍ଶନ

ଭୁବନେଶ୍ୱର: କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ଗଠିତ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସର୍କିଟ ହାଉସଠାରେ ବିରୋଧ ପ୍ରଦର୍ଶନ କରାଯାଇଛି । ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କୁ ହତ୍ୟା କରାଯାଇଥିବା ଦାବି କରି ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି । ଏହି ଘଟଣାର ତଦନ୍ତ ସିବିଆଇକୁ ଦେବାକୁ ସଂଘ ଦାବି କରିଛି ।
୨୦୨୦ ଫେବୃଆରୀ ୧ ତାରିଖରେ ରଞ୍ଜନ ଦାସଙ୍କ ମୃତ ଦେହ ତାଙ୍କ ଘରଠାରୁ କିଛି ଦୂରରେ ମିଳିଥିଲା । ଏହାକୁ ପୁଲିସ ଦୁର୍ଘଟଣା ଦର୍ଶାଇଥିବା ବେଳେ ତାଙ୍କ ପରିବାର ଲୋକେ ତଥା ରାଜ୍ୟ ସୂଚନା ଅଧିକାର କର୍ମୀ ହତ୍ୟା ବୋଲି ଦାବି କରିଥିଲେ । ସେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଅନିୟମିତତାକୁ ନେଇ ଆରଟିଆଇରୁ ତଥ୍ୟ ମାଗିଥିଲେ, ଯେଉଁଥିରେ ମହାକାଳପଡା ବିଧାୟକଙ୍କ ସମ୍ପୃକ୍ତି ରହିଥିଲା । ଜିଲ୍ଲାରେ ବିଭିନ୍ନ ଠିକାଦରଙ୍କଠାରୁ ବିଧାୟକ ବଟି ଆଦାୟ କରୁଥିବା ନେଇ ମଧ୍ୟ ରଞ୍ଜନଙ୍କ ନିକଟରେ ତଥ୍ୟ ପ୍ରମାଣ ଥିଲା । ସେ ମାଫିଆଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ହୋଇ ଠିଆହୋଇଥିଲେ । ତେଣୁ ବହୁବାର ତାଙ୍କୁ ଏପରି ନକରିବାକୁ ତଥା ହତ୍ୟାର ଧମକ ମିଳିଆସୁଥିଲା । ଆରଟି ଆଇରୁ ତଥ୍ୟ ଆଣି ସରକାରୀ ଦଳ ସହ ଠିକାଦାରଙ୍କ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ କରି ତଥ୍ୟ ସର୍ବସମ୍ମୁଖକୁ ଆଣିଥିଲେ । ତେଣୁ ଅନେକ ଥର ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଘରେ ପଶି ତାଙ୍କୁ ମାଡ ମାରିବାର ଅଭିଯୋଗ ମଧ୍ୟ ମହାକାଳପଡା ଓ ପାଟକୁରା ଥାନାରେ ହୋଇଥିଲା । ରଞ୍ଜନ ତାଙ୍କ ଜୀବନ ପ୍ରତି ବିପଦଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା । ତେଣୁ ତାଙ୍କ ମୃତ୍ୟୁ ପରେ ଲୋକାୟୁକ୍ତ ଡିଜିପିଙ୍କୁ ରଞ୍ଜନଙ୍କ ମୃତ୍ୟୁର ତଦନ୍ତ କରିବାକୁ କୁହାଯାଇଥିଲା । କିନ୍ତୁ କେନ୍ଦ୍ରାପଡା ଏସପି ଘଟଣାର ତଦନ୍ତକୁ ବାଟବଣା କରି ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ଫାଇଲକୁ କ୍ଲୋଜ କରି ଦେଇଛନ୍ତି । ଏହାକୁ ନେଇ ସୂଚନା ଅଧିକାର ଅଭିଯାନ ସିବିଆଇ ତଦନ୍ତ ଦାବି କରୁଛି ।

SR

Related posts

ସୈତାନ ଶିକ୍ଷକ: ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀକୁ ହତ୍ୟା ଉଦ୍ୟମ

mahabharatanews

ପକ୍କା ଘର କେଳେଙ୍କାରୀ,ହାତେଇଛନ୍ତି ସରକାରୀ ଯୋଜନା

mahabharatanews

ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2025  ଅନୁଷ୍ଠିତ

mahabharatanews