ଅପରାଧ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, କାଶୀପୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଥାନା ଅଧୀନ ଏକ ଗାଁର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ, ଛାତ୍ରୀ ଜଣକୁ ସେହି ଗାଁର ଜଣେ ଯୁବକ ଘରୁ ଉଠାଇ ନେଇ ଗାଁ ନିକଟରେ ଥିବା ବଣରେ ଦୁଷ୍କର୍ମ କରିଥିଲା । ପରିବାର ଲୋକଙ୍କୁ ନାବାଳିକା ଏନେଇ ଜଣାଇବା ପରେ ଦୋରାଗୁଡା ଥାନାରେ ଏତାଲା ଦିଆଯାଇଥିଲା । ଏହାକୁ ଆଧାର କରି ଦୋରାଗୁଡା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡିତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଡାକ୍ତରୀ ମାଇନା କରାଯାଇଛି ।

Related posts

ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି କୋଇଡା ଅଞ୍ଚଳ

mahabharatanews

ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

mahabharatanews

ଦ୍ୱିତୀୟ ବିବାହ କରି ହରଡ ଘଣାରେ ଖାକିବାବୁ

mahabharatanews