ଅପରାଧ

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ

(ଦୀପକ ମିଶ୍ର)ଉଦଳା: ଆଜି ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ । କିନ୍ତୁ ଏହି ଦିନରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ସାମ୍ନାକୁ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ଯୁବତୀ ସହିତ ଶାରୀରିକ ସଂପର୍କ ରଖିବା ପରେ ବିବାହର ପ୍ରତିଶୃତି ଦେଇଥିଲା ଯୁବକ ଜଣକ । ହେଲେ ଏବେ ଯୁବକ ଜଣକ ଆଉ ଧରାଛୁଆଁ ଦେଉନାହିଁ । ଅନ୍ୟପଟେ ଭିନ୍ନକ୍ଷମ ଯୁବତୀ ଜଣକ ଏବେ ୬ମାସର ଗର୍ଭବତୀ ଥିବା ଜଣାଯାଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । କପ୍ତିପଦା ଥାନା ଜଡ଼ିଦା ଗ୍ରାମର ସୁଦନ ବିଶ୍ୱାଳ ଜଣେ ଭିନ୍ନକ୍ଷମ ଯୁବତୀ ସହିତ ଶାରୀରିକ ସଂପର୍କ ରଖିଥିଲା । ଘଟଣା ଜଣାପଡ଼ିବା ପରେ ଏହାକୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା ଏବଂ ଉକ୍ତ ବୈଠକରେ ସେ ଅଭିଯୁକ୍ତ ସୁଦନ ଯୁବତୀ ଜଣକୁ ବିବାହ କରିବାକୁ ପ୍ରତିଶୃତି ଦେଇଥିଲା । ହେଲେ ପରେ ବିବାହ କରିବାକୁ ମନା କରି ଦେଇଥିବା ବେଳେ ଧରାଛୁଆଁ ଦେଇ ନଥିଲା । ଯାହାକୁ ନେଇ ଯୁବତୀର ପରିବାର ଲୋକେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ସୁଜନକୁ ଗିରଫ କରିଛି । ତେବେ ପୀଡ଼ିତା ଯୁବତୀ ଜଣକ ମାନସିକ ଭାବେ ସାମାନ୍ୟ ବିକାରଗ୍ରସ୍ତ ହୋଇଥିବା ଜଣାଯାଇଛି ।

Related posts

ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews

କୋଭିଡ-୧୯ ଗାଇଡଲାଇନ୍ ଉଲ୍ଲଙ୍ଘନ: ବ୍ଲୁ ହ୍ୱିଲ ହସ୍ପିଟାଲରେ ତାଲା

mahabharatanews

ବେଆଇନ ଗୋ ଚାଲାଣ ବେଳେ ଭ୍ୟାନ ଓଲଟି ୬ ଗୋରୁ ମୃତ, ୭୦ ଗୋରୁ ଉଦ୍ଧାର

mahabharatanews