(ପୁରୀ) : ଶ୍ରୀଜିଉ ନିଜର ଅପୂର୍ବ ଲୀଳାରେ ମାଉସୀ ମା ଘରେ ଭୁରି ଭୋଜନ କରୁଥିବା ବେଳେ ଏପଟେ ଅଭିମାନ କରିଛନ୍ତି ମା ମହାଲକ୍ଷ୍ମୀ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିଛି ତିନି ରଥ ।
ସୂଚନାନୁଯାୟୀ , ତେବେ ଦକ୍ଷିଣ ମୋଡ଼ ପର୍ବରୁ ହିଁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ହେରା ପଞ୍ଚମୀ ନୀତ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ୨୮ ତାରିଖ ବୁଧବାର ବାହୁଡାଯାତ୍ରାରେ ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ରଥାରୁଢ ଠାକୁର ବାହୁଡିଯିବେ । ଦକ୍ଷିଣ ମୋଡ଼ ସମୟରେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଇଛି । ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯାଇଛି । ତେବେ ଆଜି ରଥର ଦକ୍ଷିଣ ମୋଡ ପୂର୍ବରୁ ତିନି ରଥର ଯାଂଚ କରାଯାଇଛି ।
