ଓଡିଶା

ରଥଯାତ୍ରା ଆଉ ମାତ୍ର ୧୧ଦିନ ,୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି।  ଶେଷ ହୋଇଛି ତିନିରଥର ଚକ ଏବଂ ଅଖ ନିର୍ମାଣ କାର୍ଯ୍ୟ । ଏଥିମଧ୍ୟରେ ଚୁଡାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ । ଏ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ରହିଛି ଜୋରଦାର ପ୍ରସ୍ତୁତି । ରଥଯାତ୍ରା ସମୟରେ ପୁରୀରେ ସୁରକ୍ଷା, ଟ୍ରାଫିକ୍ ଆଦିକୁ ନେଇ କରାଯାଉଛି ବ୍ୟବସ୍ଥା । ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ରଥଯାତ୍ରାରେ ପୁରୀ ସହରକୁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ ।

ସୂଚନାନୁଯାୟୀ , ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ତେବେ ଦାରୁ ବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ । ଚିତା ଲାଗି ପରେ ବେଶ ଶେଷ ହେବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବ । ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ରଥ ଟଣା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ପୁଲିସ ଓ ନକ୍ସଲ ଗୁଳିବିନିମୟ; ୨୯ ଜଣ ନକ୍ସଲ ମୃତ୍ୟୁବରଣ

mahabharatanews

ମାଲକାନଗିରି ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ ୪ ଆସାମୀ ଗିରଫ, ଜଣେ ଫେରାର୍

mahabharatanews

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews

Leave a Comment