ଓଡିଶା

ଚାଲିଛି ଗୁପ୍ତ ଉପଚାର, ଆଜି ଶ୍ରୀ ଅଙ୍ଗ ଫିଟା ନୀତି

(ପୁରୀ) :  ସ୍ନାନବେୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜୁଉ  । ପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଉପଚାର । ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ । ସ୍ନାନଯାତ୍ରାରେ ପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଶ୍ରୀଅଙ୍ଗରୁ ଫିଟିବା ପରେ ଆରାମ ଅନୁଭବ କରିଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କୁ ଛପନ ଭୋଗ ବଦଳରେ ପଥି ଖାଇବାକୁ ଦିଆଯାଉଛି ।

ସୂଚନାନୁଯାୟୀ , ସେପଟେ ଶ୍ରୀଜିଉଙ୍କ ଅଣସର ନୀତି ଆଉ ୧୧ ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ  ପୂଜା ପାଉଛନ୍ତି ।

Related posts

ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ, ପଡିଲା ପଶୁପକ୍ଷୀଙ୍କ ବଳି

mahabharatanews

ରାଜ୍ୟସ୍ତରୀୟ ନାଟକ ଉତ୍ସବ ଉଦ୍ଘାଟିତ

mahabharatanews

ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳ ଲକଡାଉନ

mahabharatanews