(ପୁରୀ) : ପୁଣି ଆରମ୍ଭ ହେଲା ରଥଟଣା । ଅଧା ବାଟରେ ଅଟକିଥିବା ନନ୍ଦିଘୋଷ ଓ ଦର୍ପଦଳନକୁ ପୁଣି ମାଉସୀ ମା ଘର ଆଡ଼କୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି କେବଳ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଶରଧାବାଲିରେ ଲାଗିଥିଲା । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଠାରେ ଅଟକି ଥିବା ବେଳେ ଆଜି ପୁଣି ଥରେ ଆରମ୍ଭ ହୋଇଛି ରଥଟଣା ।
ସୂଚନାନୁଯାୟୀ , ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମା ଛକରେ ଅଟକି ରହିଥିଲା ଆଜି ତିନି ରଥ ଶରଧାବାଲିରେ ଲାଗିବା ପରେ ଭକ୍ତମାନେ ରଥଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ । ଆସନ୍ତା କାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇବେ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ଼ ।