ଓଡିଶା

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-ହେବନି ଏବର୍ଷର ରଥଯାତ୍ରା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଚଳିତବର୍ଷ କେବଳ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଦେଶର ଅନ୍ୟ ସବୁ ଜାଗାରେ ରଥଯାତ୍ରାକୁ ବନ୍ଦ କରାଯାଇଛି । ଗଞ୍ଜାମ ଜିଲ୍ଲାର କୌଣସି ସ୍ଥାନରେ ରଥଟଣା ହେବ ନାହିଁ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ମାନି ନେଇ ଅବଗତ ଏହାକୁ କଡାକଡି ଭାବେ ପାଳନ କରିବାକୁ ସେ କହିଛନ୍ତି । ତେବେ ରଥଯାତ୍ରା ସମୟରେ ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ନକରିବା ପାଇଁ ବିଦ୍ୟୁତ୍ ବିଭାଗକୁ ଜଣାଇ ଦିଆଯାଇଅଛି । ଯଦ୍ବାରା ସମସ୍ତ ଜନସାଧାରଣ ନିଜ ଘରେ ରହି ପୁରୀ ରଥଯାତ୍ରାକୁ ଟିଭିରେ ଭପଭୋଗ କରିପାରିବେ । କୌଣସି ସ୍ଥାନରେ ଜନ ଗହଳି ନ କରିବା ପାଇଁ ଜଣାଇବା ସହ ଆବଶ୍ୟକ ସ୍ଥଳେ ୧୪୪ ଧାରା ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ କୋଭିଡର ବ୍ୟାପକତାକୁ ରୋକିବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ନିର୍ଦ୍ଦେଶକୁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରକୁ ଘର ବୁଲି ସଚେତନକତା କାର୍ୟ୍ୟକୁ ବ୍ୟାପକ କରିବା ସହିତ ପରିବାରର ସମସ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କର ନମୂନା ପରୀକ୍ଷା କରିବା ଏବଂ କୋରୋନା ଚିହ୍ନଟ ହେଲେ କୋଭିଡ୍ କେୟାର ସେଣ୍ଟରରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ସମସ୍ତ ରୋଗୀ ମାନଙ୍କର ମୋବାଇଲ୍ ନମ୍ବର ରଖି ସମୟାନ୍ତରରେ ତାଙ୍କ ଖବର ପଚାରି ବୁଝିବାକୁ ଜିଲ୍ଲାପାଳ ଜଣାଇଛନ୍ତି । ବାହାରୁ ଆସିଥିବା ବ୍ୟକ୍ତି ବିଶେଷଙ୍କର ପଞ୍ଜିକରଣ କରି ସେମାନଙ୍କ ପ୍ରତି ନଜର ରଖିବାକୁ ମଧ୍ୟ ଜିଲ୍ଲାପାଳ ଗୁରୁତ୍ବ ଦେଇଛନ୍ତି । ପ୍ରତି ଗ୍ରାମପଞ୍ଚାୟତରେ ୧୦ ଗୋଟି କୋଭିଡ୍ କେୟାର ହୋମ୍ ଗଠନ କରିବା ପାଇଁ କୁହାଯାଇଛି ।

Related posts

ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଗିରଫ

mahabharatanews

ଛତ୍ରପୁର ଏଡିଏମଙ୍କ ହିଞ୍ଜିଳି ଗସ୍ତ: କରୋନା ସମୀକ୍ଷା ସାଙ୍ଗକୁ ସଂକ୍ରମିତଙ୍କୁ ବାଣ୍ଟିଲେ କିଟ୍

mahabharatanews