Uncategorized

କରୋନା ସଂକ୍ରମିତ ହେଲେ ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଭାରତୀୟ ଟିମର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସେ ଅଭ୍ୟାସ୍ ମ୍ୟାଚରୁ ବାଦ୍ ପଡିବା ସମ୍ଭାବନା ରହିଛି । ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ୧ ଜୁଲାଇରୁ ୫ ଜୁଲାଇ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବ। ଲଣ୍ଡନ ଗସ୍ତ କରିସାରିଛି ଟିମ୍ ଇଣ୍ଡିଆ । କିନ୍ତୁ ଏଥିରେ ରବିଚନ୍ଦ୍ରନ ଅଶ୍ୱିନୀ ଟିମ୍‌ ସହିତ ଯାହାଇନାହାନ୍ତି। ଟିମ୍ ଗସ୍ତ ପୂର୍ବରୁ ସମସ୍ତ ସଦସ୍ୟଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଏଥିରେ ଅଶ୍ୱିନୀ ପଜିଟିଭ୍ ଥିବା ଜଣାପଡିଛି ।

ଯାହାପରେ ଏହି ଷ୍ଟାର୍ ସ୍ପିନରଙ୍କ ଗସ୍ତ ଉପରେ କଟକଣା ଲାଗିଥିଲା । କରୋନାରେ ସଂକ୍ରମିତ ହେବା ପରେ ଅଶ୍ୱିନୀ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି । ତେବେ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ କୋଭିଡରୁ ଅଶ୍ୱିନୀ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ଅଭ୍ୟାସ୍ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଅଶ୍ୱିନୀ । ଟିମ୍ ଇଣ୍ଡିଆ ଜୁଲାଇରେ ୧ରେ ଇଂଲଣ୍ଡ ସହିତ ଭାରତର ଟେଷ୍ଟ ମୁକାବିଲା ରହିଛି ।

କୋଭିଡ କାରଣରୁ ବାକି ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯିବ । ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଗତବର୍ଷ ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ୫ଟି ମ୍ୟାଚ ଟେଷ୍ଟ ସିରିଜରେ ଶେଷ ଟେଷ୍ଟ ଖେଳ ହୋଇପାରିନଥିଲା। ଟିମ୍‌ ଇଣ୍ଡିଆ ୧୬ ଜୁନରୁ ଲଣ୍ଡନ ଟୁର କଲାଣି। ୨୦୨୧ରେ ଖେଳାଯାଇଥିବା ୫ଟି ଟେଷ୍ଟ ମ୍ୟାଚ ସିରିଜିର ଶେଷ ମ୍ୟାଚ୍‌ ଭାବେ ଏହାକୁ ଗଣାଯିବ।

ଯେଉଁଥିରେ ଇଂଲଣ୍ଡ ୨-୧ରେ ଆଗୁଆ ଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ପାଇଁ ମଧ୍ୟ ଯାତ୍ରା କରିଛନ୍ତି। ଆସନ୍ତକାଲି ରୋହିତ ପ୍ରାକ୍ଟିସ ସେସନରେ ଭାଗ ନେବେ। ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଟିମ୍‌ ଇଣ୍ଡିଆ ୨୪ ଜୁନରୁ ୨୭ ଜୁନ ପର୍ଯ୍ୟନ୍ତ ଲିସେଷ୍ଟରଶାୟର ବିପକ୍ଷରେ ୪ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ।

Related posts

ସିଏଏ, ଏନଆରସିର ଆବଶ୍ୟକତା ନାହିଁ: ସେଖ ହସିନା

mahabharatanews

ଅକ୍ଟୋବରରେ ଆସିବ ‘କେଜିଏଫ’

mahabharatanews

କରୋନା ମୃତ୍ୟୁର କାରଣ ଆମ ଦୃଷ୍ଟିଭଙ୍ଗି

mahabharatanews