ଓଡିଶା

ମନ୍ତ୍ରୀମଣ୍ଡଳରେ ସାମାନ୍ୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ପରୀ ହତ୍ୟାକୁ ନେଇ ବିଜେଡିକୁ ଘେରିଛି ବିଜେପି । ଏହି ଘଟଣାର ତଦନ୍ତଭାର ସରକାର ଏସଆଇଟିକୁ ପ୍ରଦାନ କରିଥିଲେ ମଧ୍ୟ ଏସଆଇଟି ତଦନ୍ତକୁ ଗ୍ରହଣ କରୁ ନାହିଁ ବିଜେପି । କ୍ରାଇମ ବ୍ରାଞ୍ଚର ଅଧିକାରୀ ଘଟଣାର ତଦନ୍ତ କରୁ ଥିବାରୁ ତଥା ଏହି ତଦନ୍ତକୁ ନେଇ ହାଇକୋର୍ଟ ତାଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟି କରଣ ଦେଇନାହାନ୍ତି । ତେଣୁ ଲୋକଙ୍କୁ ଭୁଆଁ ବୁଲାଇବାକୁ ବିଜେଡି ସରକାର ଚେଷ୍ଟା କରୁଥିବା ଅଭିଯୋଗ କରି ବିଜେପି ଏହାର ତଦନ୍ତ କ୍ରାଇମ ବ୍ରାଞ୍ଚ ଦ୍ୱାରା କରିବାକୁ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ୱାରା ତଦନ୍ତ ପ୍ରଭାବିତ ହେବା ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଦାବି କରୁଛି ବିଜେପି । ପୂର୍ବରୁ କୌଣସି ମନ୍ତ୍ରୀଙ୍କ ନାମରେ ଅଭିଯୋଗ ଆସିବା ପରେ ମନ୍ତ୍ରୀପଦରୁ ସେହି ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଥିବା ବେଳେ କିନ୍ତୁ ପରୀ ଘଟଣାରେ ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି । ଏହାରି ଭିତରେ ଶୁଣିବାକୁ ମିଳୁଛି ଆସନ୍ତା ସପ୍ତାହରେ ନବୀନଙ୍କ କ୍ୟାବିନେଟରେ କିଛି ଅଦଳବଦଳ ହୋଇପାରେ ।
ଆଗାମୀ ସପ୍ତାହରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମାନ୍ୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଶୁଣିବାକୁ ମିଳୁଛି, ପରୀ ଘଟଣାକୁ ଚପାଇବାକୁ ସରକାରଙ୍କ ସମସ୍ତ ଉଦ୍ୟମ ଫେଲ ମାରିଛି । ଅରୁଣଙ୍କ ଇସ୍ତଫା ଦାବି ଉଗ୍ର ହେଉଛି । ଏଥିସହ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଓ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣଙ୍କ ପାଇଁ ସରକାର ବିରୋଧୀଙ୍କ ଟାର୍ଗେଟରେ । ଗୋଟିଏ ପଟେ ପାଣିଗ୍ରାହୀଙ୍କୁ ବିଭିନ୍ନ ଅଭିଯୋଗରେ ଦଳରୁ ବହିଷ୍କାର କରିଥିବା ବେଳେ ହତ୍ୟା ପରି ଘଟଣାରେ ଅରୁଣଙ୍କୁ ଘଣ୍ଟ ଘୋଡାଯାଉଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ଗଣମାଧ୍ୟମ ସରକାରର ସ୍ୱଚ୍ଛତା ଉପରେ ପ୍ରଶ୍ନ କରିଛନ୍ତି । ତେଣୁ ସରକାର ନିଜ ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଅରୁଣଙ୍କୁ ମନ୍ତ୍ରୀପଦରୁ ହଟାଇ ପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

SR

Related posts

ସ୍ତ୍ରୀ ତୋର ସେକ୍ସ ମୋର

mahabharatanews

ଆଇଏଏସ ସ୍ତରରେ ଅଦଳ ବଦଳ, ଅନୁ ଗର୍ଗ ୱାର୍ଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ

mahabharatanews

୨୬ଟି ଗେଟ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳ  

mahabharatanews

Leave a Comment