ଚଣ୍ଡିଗଡ: ଇଣ୍ଟରପୋଲି ଜଣେ ଆତ୍ମଘୋଷିତ ବାବାଙ୍କ ନାମରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛି। ବୀରେନ୍ଦ୍ର ଦେଓ ଦୀକ୍ଷିତ ନାମକ ଜଣେ ଭଣ୍ଡ ବାବାଙ୍କୁ ଧରିବାକୁ ଆରମ୍ଭ ହୋଇଛି ତନାଘନା । ବାବାଙ୍କ ନାମରେ ମଧ୍ୟ ରହିଛି ଯୌନ ଉତ୍ପୀଡନ ପରି ସାଂଘାତିକ ଅଭିଯୋଗ । ୨୦୧୭ରେ ଉତ୍ତର ଦିଲ୍ଲୀର ବିଜୟ ବିହାରସ୍ଥିତ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟରେ ଭଣ୍ଡ ମହିଳାଙ୍କୁ ଯୌନ ଉତ୍ପୀଡନ ସହ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା ।
୨୦୧୭ରେ ଦିଲ୍ଲୀ ପୁଲିସରେ ଭଣ୍ଡ ବୀରେନ୍ଦ୍ରଙ୍କ ନାମରେ ଦୁଇଟି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା କି ଭଣ୍ଡ ବାବା ଉତ୍ତର ଦିଲ୍ଲୀର ବିଜୟ ବିହାରସ୍ଥିତ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟରେ ମହିଳାଭକ୍ତଙ୍କୁ ଯୌନ ଉତ୍ପୀଡନ ଦେଉଛନ୍ତି । ପୁଲିସ ବାବାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କୁ ଧରିବାରେ ସକ୍ଷମ ହୋଇନଥିଲା । ସେ ଭାରତରୁ ପଳାୟନ କରି ନେପାଳରେ ଲୁଚି ରହିଥିଲେ । ସିବିଆଇ ବୀରେନ୍ଦ୍ରଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏହା ପରେ ଆଜି ଇଣ୍ଟରପୋଲ ନୋଟିସ ଜାରି କରିଛି ।
ସିବିଆଇ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବୀରେନ୍ଦ୍ରଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ ଫୋନ ନମ୍ବର ଓ ଇମେଲ ଜାରି କରିଥିଲେ ମଧ୍ୟ କୌଣସି ସଫଳତା ମିଳି ନ ଥିଲା । ୨୦୧୮ରେ ଏକ ଲୁକ ଆଉଟ ସର୍କୁଲାର ମଧ୍ୟ ଜାରି ହୋଇଥିଲା । ବୀରେନ୍ଦ୍ରଙ୍କୁ ଧରିବା ପାଇଁ ସିବିଆଇ ଶତ ଚେଷ୍ଟା କରିଥିଲେ ହେଁ ତାଙ୍କର ପତ୍ତା ମିଳି ନଥିଲା। ଶେଷରେ ତଦନ୍ତକାରୀ ସଂସ୍ଥା ୨୦୧୮ ମସିହା ଫେବୃଆରୀ ମାସରେ ବୀରେନ୍ଦ୍ରଙ୍କ ନାଁରେ ଲୁକ ଆଉଟ ସିର୍କ୍ୟୁଲାର ମଧ୍ୟ ଜାରି କରିଥିଲା। ଗତବର୍ଷ ଦିଲ୍ଲୀ ପୁଲିସ୍ ଓ ଦିଲ୍ଲୀ ମହିଳା କମିଶନର ରେଡ୍ କରି ବାବାଙ୍କ ଆଶ୍ରମରୁ ୪୦ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ଆଶ୍ରମରେ ଛୋଟ ଝିଅଙ୍କୁ ବଳ ପୂର୍ବକ ରଖାଯାଉଥିଲା।
